ନୂଆଦିଲ୍ଳୀ,୨୨।୪: ସାରା ଦୁନିଆରେ ଆଗାମୀ କିଛି ମାସ ଭିତରେ ଭୟଙ୍କର ପ୍ରାକୃତିକ ବିପଦ ଦେଖିବାକୁ ମିଳିବ। ଏନେଇ ବୈଜ୍ଞାନିକମାନେ ମଧ୍ୟ  ଚେତାବନୀ ଦେଇଛନ୍ତି।୨୦୨୬- ୨୭ ରେ ଶକ୍ତିଶାଳୀ ଏଲନିନୋ ଅଧିକ ପରିମାଣରେ କ୍ଷତି କରିପାରେ। ଅନୁମାନରୁ ଜଣାପଡୁଛି ଯେ, ଏହା ୧୮୭୭-୭୮ର ବିନାଶକାରୀ ଏଲ୍ ନିନୋ ଭଳି ଶୀଘ୍ର ବହୁତ କିଛି ବରବାଦ୍‌ କରିପାରେ। ଏହା ଦୁନିଆର ବଡ଼ ଅଂଶରେ ମରୁଡି ଭଳି ସ୍ଥିତି ସୃଷ୍ଟି ହୋଇପାରେ। ଏହାଦ୍ବାରା ଭାରତ ମଧ୍ୟ ବହୁ ଦୂର ପର୍ଯ୍ୟନ୍ତ ପ୍ରଭାବିତ ହୋଇପାରେ।

ପ୍ରାୟ ୧୫୦ ବର୍ଷ ପୂର୍ବେ, ୧୮୭୭-୭୮ର ଏଲ୍ ନିନୋ ଘଟଣା ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରବଳ ଗରମ ପଡିଥିଲା। ଦୀର୍ଘକାଳୀନ ମରୁଡ଼ି ଏବଂ ଫସଲ ନଷ୍ଟ ହୋଇ ଦୁର୍ଭିକ୍ଷ ସୃଷ୍ଟି କରିଥିଲା। ଏହା ଇତିହାସର ସବୁଠାରୁ ବିନାଶକାରୀ ଜଳବାୟୁ ଘଟଣା ମଧ୍ୟରୁ ଅନ୍ୟତମ ବୋଲି କୁହାଯାଏ। ଏଥିରେ ଦୁନିଆର ୪% ଜନସଂଖ୍ୟା ହ୍ରାସ ପାଇଥିଲା। ବିଶେଷଜ୍ଞମାନେ କହିଛନ୍ତି ଯେ ଜଳବାୟୁ ମଡେଲ ଏବେ ଚିନ୍ତାଜନକ ସଙ୍କେତ ଦେଖାଉଛି।

ପାଣିପାଗରେ କାହିଁକି ହେଉଛି ପରିବର୍ତ୍ତନ ?

ପ୍ରଶାନ୍ତ ମହାସାଗରର ଅଧ୍ୟୟନ କରୁଥିବା ରିସର୍ଚ୍ଚରଙ୍କ କହିବା ଅନୁସାରେ, ନିକଟରେ ମଡେଲ ରନ୍ ସମୁଦ୍ର ପୃଷ୍ଠର ତାପମାତ୍ରା ଦୃତ ଗତିରେ ବଢିବାରେ ଲାଗିଚି। ଏହା ଏଲନିନୋ ତିଆରି ହେବାର ସବୁଠାରୁ ଖାସ୍ ସଙ୍କେତ। ,ଏହି ତୀବ୍ରତାକୁ ନେଇ ବୈଜ୍ଞାନିକମାନେ ମଧ୍ୟ ଚିନ୍ତିତ, କାରଣ ବର୍ତ୍ତମାନର ସ୍ଥିତି ‘ମେଗା’ କିମ୍ବା ‘ସୁପର’ ଏଲନିନୋ ତିଆରି କରିପାରେ। ଏଲନିନୋ ତିଆରି ହେବ ବିଶେଷ ଭାବରେ ମେଗା କିମ୍ବା ସୁପର ଏଲନିନୋ ବିଶ୍ବ ପାଣିପାଗ ପଣାଳୀକୁ ଖୁବ୍ ଅଧିକ ପ୍ରଭାବିତ କରିବ। ଏଭଳି ଘଟଣା ଚାଲିଥିବା ଜଳବାୟୁ ପରିବର୍ତ୍ତନ ସହ ମିଶି ୨୦୨୭ ପର୍ଯ୍ୟନ୍ତ ବିଶ୍ବ ତାପମାତ୍ରାକୁ ନୂଆ ରେକର୍ଡ ସ୍ତରରେ ପହଁଞ୍ଚାଇପାରେ। ତାପମାତ୍ରା ଖୁବ୍ ଶୀଘ୍ର ବଢିବା ସହ ମରୁଡି ପଡିବ ଓ ସାରା ଦୁନିଆରେ ଖାଦ୍ୟ ସଙ୍କଟ ସୃଷ୍ଟି ହେବ।

ଏଲନିନୋ କ’ଣ ?

ଏଲନିନୋ (El Niño) ହେଉଛି ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେଉଥିବା ଏକ ଜଳବାୟୁ ପ୍ରକ୍ରିୟା। ଏଲ ନିନୋ ଭାରତର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ଦୁର୍ବଳ କରିଦିଏ, ଯାହା ଫଳରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଥାଏପୃଷ୍ଠଭାଗର ଜଳ ସ୍ୱାଭାବିକ ଅପେକ୍ଷା ଅଧିକ ଗରମ ହୋଇଯାଏ। ଏହା ସାଧାରଣତଃ ପ୍ରତି ୨ରୁ ୭ ବର୍ଷରେ ଥରେ ଘଟିଥାଏ ଏବଂ ବିଶ୍ୱର ପାଣିପାଗ ଉପରେ ଏହାର ଗଭୀର ପ୍ରଭାବ ପକାଇଥାଏ। ଏଲନିନୋର ଆରମ୍ଭ ପ୍ରଶାନ୍ତ ମହାସାଗରରେ ହୋଇଥାଏ, କିନ୍ତୁ ଏହାର ପ୍ରଭାବ ପୁରା ଦୁନିଆରେ ରହିଥାଏ। ଏହାଦ୍ବାରା ଭାରତ, ଅଷ୍ଟ୍ରେଲିଆ ଓ ମଧ୍ୟ ଆଫ୍ରିକା ଏବଂ ଆମାଜନ୍ ବେସିନ୍ରେ ଭୀଷଣ ଗରମ ଓ ଜଙ୍ଗଲ ନିଆଁର ସାମନା କରିବାକୁ ପଡିବ। ଅନ୍ୟପକ୍ଷେ ଆମେରିକାର କିଛି ଅଂଶରେ ବିଶେଷ ଭାବରେ ଦକ୍ଷିଣ ଭାଗରେ ପ୍ରବଳ ବର୍ଷା ଓ ବନ୍ୟା ଆସିପାରେ। ଉତ୍ତର ଆମେରିକାରେ ଅଧିକ ଗରମ ଦେଖିବାକୁ ମିଳିପାରେ।

​​​​​​​

ଭାରତ ଉପରେ କ’ଣ ରହିବ ପ୍ରଭାବ ?

ଏଲନିନୋର ଭାରତ ଉପରେ ସିଧାସଳଖ ପ୍ରଭାବ ପଡିବ। ଭାରତର କୃଷି ଓ ଜଳ ସମ୍ବଳ ସାଧାରଣତଃ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଏ। ଏଲନିନୋର ଏହା ଉପରେ ପ୍ରଭାବ ପକାଇବ। ଏହାଦ୍ବାରା ଉତ୍ତର, ମଧ୍ୟ ଓ ପୂର୍ବ ଭାରତରେ ଭୟଙ୍କର ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଲୁ ବୋହିପାରେ। ଏହା ସହ ମୌସୁମୀରେ ସାଧାରଣଠାରୁ କମ୍ ବର୍ଷା ହୋଇପାରେ।

ଆହୁରି ପଢନ୍ତୁ :ଚଳିତ ବର୍ଷ ପ୍ରଚଣ୍ଡ ଗରମ୍, ସ୍ବାଭାବିକଠାରୁ ହେବ କମ୍ ବର୍ଷା,ଏଲନିନୋ ସକ୍ରିୟ ହେବା ନେଇ ଭାରତୀୟ ପାଣିପାଗ ବିଭାଗର ସୂଚନା,