ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା, ଆଇଆଇସିଙ୍କୁ ଆକ୍ରମଣ

Published By : Rasmita Pradhan | April 22, 2025 9:34 AM

ଭୁବନେଶ୍ଵର, ୨୨।୦୪ : ଗୁଣି ଗାରେଡ଼ି ସନ୍ଦେହରେ ସାଙ୍ଘବଧ ଆକ୍ରମଣ। ବୃଦ୍ଧଙ୍କୁ ପିଟିପିଟି ହତ୍ୟା। ଚିକିତ୍ସାଧିନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ। ଉଦ୍ଧାର କରିବାକୁ ଯାଇଥିବା ଆଇଆଇସିଙ୍କୁ ପଥର ମାଡ଼। ଥାନା ଅଧିକାରୀଙ୍କ ଫାଟିଲା ମୁଣ୍ଡ। ରାୟଗଡ଼ା ଜିଲ୍ଲା ପଦ୍ମପୁରରେ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି। ଏହି ଘଟଣାରେ ପୋଲିସ ୨୦ ଜଣଙ୍କୁ ଅଟକ ରଖିଛି। ମୃତକ ଜଣଙ୍କ ହେଲେ ପଦ୍ମପୁର ହାଟପଦା ସାହିର ଭୈରବ ସାହୁ (୫୫ ବର୍ଷ)। 

ସୂଚନାନୁଯାୟୀ, ସୋମବାର ରାତିରେ ପଦ୍ମପୁର ହାଟପଦା ସାହିର ଭୈରବ ସାହୁଙ୍କୁ କିଛି ଲୋକ ଗୁଣି ଗାରେଡି ସନ୍ଦେହରେ ପଚରା ଉଚରା କରିବାକୁ ଯାଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରିସ୍ଥିତି ଅସମ୍ଭାଳ ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲା। ହେଲେ କେହି ବୁଝି ନଥିଲେ। ଲୋକ ଗହଳି ଭିତରେ ପଦ୍ମପୁର ଥାନା ଅଧିକାରୀ ଧରଣୀ ଧର ପ୍ରଧାନଙ୍କ ଉପରକୁ ପଥର ମାଡ ହୋଇଥିଲା। ଥାନା ଅଧିକାରୀଙ୍କ ମୁଣ୍ଡ ଫାଟି ଯାଇଥିଲା। ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା। ଏହାପରେ ଉତ୍ତ୍ୟକ୍ତ ଲୋକମାନେ ଭୈରବଙ୍କୁ ଆକ୍ରମଣ କରିଥିଲେ।

ଏହି ଖବରଟିକୁ ପଢନ୍ତୁ-ପିସିଆର ଗାଡ଼ିକୁ ଧକ୍କା ଦେଲା ହାଇୱା: ୨ ପୋଲିସ କର୍ମଚାରୀ ମୃତ, ୨ ଗୁରୁତର

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.