ପ୍ରମୂଖ ଖବର
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

କଣ୍ଟେନର ଚକା ତଳେ ବୃଦ୍ଧଙ୍କ ଜୀବନ ଗଲା; ଦୁର୍ଘଟଣା ସ୍ଥଳରେ ଚାପା ଉତ୍ତେଜନା

Published By : Bijay Swain | May 20, 2025 9:25 PM

ସିମୁଳିଆ,୨୦/୦୫(ଆପ୍ର): ୧୬ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ବେଳେ ବିଭିନ୍ନ ସ୍ଥାନରେ ଦରଖଣ୍ଡିଆ କାମ କରିବା ଏବଂ କାମ କଲାବେଳେ ମନଇଛାରେ ହଟାତ ଜାତୀୟ ରାଜପଥର ଡାଇଭରସନରେ ଷ୍ଟପ ବୋର୍ଡ ରଖିବା ଯୋଗୁଁ ସ୍ଥାନୀୟ ଥାନା ଅଞ୍ଚଳରେ ବିଭିନ୍ନ ଦୁର୍ଘଟଣା ଘଟୁଥିବାର ନଜରକୁ ଆସୁଛି। ଡେଥ ଜୋନ ଭାବେ ପରିଗଣିତ ହୋଇଥିବା ସିମୁଳିଆ ଅଧିନରେ ଥିବା ୧୬ ନଂ ଜାତୀୟ ରାଜପଥ ଜାମୁଝାଡ଼ି ଓଭରବ୍ରିଜ ପୂର୍ବ ଡ଼ାଇଭରସନ ଠାରେ ଆଜି ଅପରାହ୍ନ ୫ଟା ୩୦ ମିନିଟ ସମୟରେ ଏକ କଣ୍ଟେନର  ସ୍କୁଟିକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍କୁଟି ଚାଳକଙ୍କ ଉପରେ ଚକା ଚଢିଯିବାରୁ ଘଟଣା ସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। 

ଜାତୀୟ ରାଜପଥରେ କାମ କରୁଥିବା କର୍ମଚାରୀଙ୍କ ମନମାନି ଯୋଗୁଁ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ପ୍ରାୟ ଏକଘଣ୍ଟା ଧରି ରାସ୍ତାରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ମୃତକଙ୍କ ପରିବାର ଲୋକେ ପହଁଚିବା ପରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ସିମୁଳିଆ ପୁଲିସ ଖବର ପାଇ ସେଠାରେ ପହଁଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବାଇ ଦେଖିବାକୁ ମିଳିଛି। ମୃତ ଦେହକୁ ସିମୁଳିଆ ଡାକ୍ତରଖାନାକୁ ପଠାଯିବା ସହିତ ଧକ୍କାଦେଇଥିବା କଣ୍ଟେନର ଏବଂ ସ୍କୁଟିକୁ ପୁଲିସ ଥାନାକୁ ଅଣିଥିବାର ସୂଚନା ମିଳିଛି।

ସୂଚନା ମୁତାବକ, ବାଲେଶ୍ୱର ଆଡୁ ଭଦ୍ରକ ଆଡ଼କୁ ଏକ କଣ୍ଟେନର ଗାଡି ଯାଉଥିବା ସମୟରେ ଜାମୁଝାଡ଼ି ଓଭରବ୍ରିଜ ପରେ ଥିବା ଡ଼ାଇଭରସନ ଠାରେ ଦିଗ ବଦଳାଇବା ପାଇଁ ସୂଚନା ଥିବାରୁ ଡ୍ରାଇଭର ଦିଗ ବଦଳାଇବା ସମୟରେ ସମ୍ମୁଖରୁ ଜଣେ ସ୍କୁଟି ଚାଳକ ଆସୁଥିବାରୁ କଣ୍ଟେନର ତାଙ୍କୁ ଧକ୍କା ଦେଇଥିଲା ଏବଂ ଧକ୍କା ଦେବାପରେ ଗାଡିର ପଛ ଚକା ଚାଳକଙ୍କ ଉପରେ ଚଢିଯାଇଥିଲା। ଫଳରେ ଚାଳକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ମୃତ ଚାଳକଙ୍କ ନାମ ଶିବ ପ୍ରସାଦ ଜେନା(୬୬) ଏବଂ ତାଙ୍କର ଘର ସୋର ଥାନା ଅନ୍ତର୍ଗତ ତଳନଗର ଅଞ୍ଚଳର ବୋଲି ସୂଚନା ମିଳିଛି। 

ଡ଼ାଇଭର୍ଶନ ଠାରେ ଏଭଳି ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ଏବଂ ମୃତକଙ୍କ ସମ୍ପର୍କୀୟ ପ୍ରତିବାଦ କରିଥିଲେ। କିଛି ସମୟ ଧରି ସେଠାରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ସିମୁଳିଆ ପୁଲିସ ଖବର ପାଇ ସେଠାରେ ପହଁଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହିତ ମୃତଦେହକୁ ସିମୁଳିଆ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ କରୁଥିବା ସୂଚନା ରହିଛି। ମାର୍କୋଣା ଅଞ୍ଚଳରେ ଜାତୀୟ ରାଜପଥ କାର୍ଯ୍ୟ ଚାଲିଥିବାରୁ ଏହି ଡେଥ ଜୋନ ଅଞ୍ଚଳରେ ବାରମ୍ୱାର ବିଭିନ୍ନ ଦୁର୍ଘଟଣା ଘଟୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.