କୋକସରା, ୪।୩: ମୋକ୍ଷ ପାଇବାକୁ ଯାଇ କେନାଲ ପାଣିରେ ବୁଡ଼ି ବୃଦ୍ଧ ମୃତ । ଗତକାଲି ଚନ୍ଦ୍ରଗ୍ରହଣ ଥିବାରୁ ସନ୍ଧ୍ୟାରେ ଗାଁ ନିକଟସ୍ଥ କେନାଲକୁ ଚନ୍ଦ୍ରଗ୍ରହଣ ସରିବା ପରେ ମୋକ୍ଷ ପ୍ରାପ୍ତି ପାଇବାକୁ ଜଣେ ବୃଦ୍ଧ ଗାଧେଇବାକୁ ଯାଇଥିଲେ । ଏହି ସମୟରେ ଉଠା ଜଳସେଚନ କେନାଲର ପ୍ରଖର ସ୍ରୋତରେ ଭାସିଯାଇଥିଲେ । ଆଜି ଲଡ଼ୁଗାଁ ନିକଟସ୍ଥ କେନାଲରୁ ଜୟପାଟଣା ବ୍ଲକ ଅଁଳାଭଟା ପଞ୍ଚାୟତ ଚାଚିଗୁଡ଼ା ଗ୍ରାମର ୬୫ ବର୍ଷୀୟ ସୁବାସ ଦାସ ନାମକ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଏହା ବି ପଢ଼ନ୍ତୁ... ​​​​​​​ଦୋଳ ପୂର୍ଣ୍ଣିମାରେ ନୂତନ ବିରଜା ପାଞ୍ଜି ପଠନ; ମରୁଡ଼ି ଆଶଙ୍କା ସହିତ ମିଳିଛି ଯୁଦ୍ଧ ସଙ୍କେତ

ବୁଧବାର ସକାଳୁ କେନାଲରେ ଶବ ଭାସୁଥିବା ଦେଖି କେନାଲ କର୍ମଚାରୀ ସ୍ଥାନୀୟ ଲୋକଙ୍କୁ କହିବା ପରେ କୋକସରା ପୁଲିସ ସମେତ ଦମକଳ କର୍ମଚାରୀଙ୍କୁ ଖବର ଦେଇଥିଲେ । ଦମକଳ କର୍ମଚାରୀ ପହଞ୍ଚି କେନାଲ ପାଣିରୁ ବୃଦ୍ଧଙ୍କ ମୃତଦେହକୁ ଉଦ୍ଧାର କରିଛି । ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାଙ୍କୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।