ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

‘ଗଣତନ୍ତ୍ର ପାଇଁ ବଡ଼ ବିପଦ’: ବିହାରରେ ନିର୍ବାଚନ କମିଶନଙ୍କ ‘SIR’ ବିରୋଧରେ ସୁପ୍ରିମକୋର୍ଟ ଗଲେ ମହୁଆ ମୋଇତ୍ର

Published By : Tapas Panda | July 6, 2025 9:16 PM

କୋଲକାତା:  ଭାରତୀୟ ନିର୍ବାଚନ କମିଶନ ବିହାରରେ ନିର୍ବାଚନ ପୂର୍ବରୁ ଏକ ବଡ଼ କାର୍ଯ୍ୟକ୍ରମ ଚଳାଇଛନ୍ତି । ଭୋଟର ତାଲିକାର ଗମ୍ଭୀରତାର ସହ ପୁନଃ ଯାଞ୍ଚ କରାଉଛନ୍ତି ନିର୍ବାଚନ କମିଶନ । ଏହାର ପ୍ରଥମ ପର୍ଯ୍ୟାୟ ମଧ୍ୟ ଶେଷ ହୋଇଥିବା ସୂଚନା ମିଳିଛି । କିନ୍ତୁ ଏହି ପ୍ରକ୍ରିୟାକୁ ବିରୋଧର ସାମ୍ନା କରିବାକୁ ପଡ଼ିଛି । ବିଭିନ୍ନ ରାଜନୈତିକ ଦଳ ଇସିଆଇଙ୍କ ଏହି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି । ଏପରିକି ଏହା ବିରୋଧରେ ଆରଜେଡି ଏବଂ ଟିଏମସି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।  

 ବିହାରରେ ଆରମ୍ଭ ହୋଇଥିବା ଭୋଟର ତାଲିକାର  ‘ସ୍ପେଶାଲ୍‌ ଇଣ୍ଟେନସିଭ୍‌ ରିଭିଜନ’ (SIR) ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଟିଏମସି ସାଂସଦ ମହୁଆ ମୋଇତ୍ର । ଏହା ଗଣତାନ୍ତ୍ରିକ ଅଧୀକାର ପ୍ରତି ବପଦ ବୋଲି ସେ ଅଭିଯୋଗ କରିଛନ୍ତି ।   ଗରିବ ଓ ପ୍ରବାସୀଙ୍କୁ ହଇରାଣ କରିବାକୁ ନିର୍ବାଚନ କମିଶନ ବିଜେପି ଇଙ୍ଗିତରେ ଏସବୁ କରୁଛି ବୋଲି ମଧ୍ୟ ସେ କହିଛନ୍ତି । ମହୁଆ ମୋଇତ୍ର କହିଛନ୍ତି ‘ବିହାରରେ ଆରମ୍ଭ ହୋଇଥିବା ଏସଆଇଆର, ପରବର୍ତ୍ତୀ ସମୟରେ ପଶ୍ଚିମବଙ୍ଗ ଏବଂ ଅନ୍ୟ ରାଜ୍ୟରେ ଆରମ୍ଭ ହେବ । ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଟିଏମସି ଏହାକୁ ଗଣତାନ୍ତ୍ରିକ ଅଧୀକାର ପ୍ରତି ବପଦ ବୋଲି ମଧ୍ୟ କହିଛସାରିଛି । ମୁଁ ଗତକାଲି ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛି ।’ 




ଏହି ପ୍ରକ୍ରିୟା ଏକାଧିକ ସାମ୍ବିଧାନିକ ପ୍ରାବଧାନ ଯଥା ଆର୍ଟିକିଲ୍‌ ୧୪,୧୯ ଏବଂ ୨୧, ଆର୍ଟିକିଲ୍‌ ୩, ୩୨୫ ଏବଂ ୩୨୬ର ଉଲ୍ଲଂଘନ କରୁଛି । ଏସଆଇଆର ଆଇନର୍‌ ଉଲ୍ଲଂଘନ ବୋଲି ସେ ଦାବି କରିଛନ୍ତି ।  ତାଙ୍କ ମତରେ, ଏସଆଇଆର ଲାଗି ନିର୍ବାଚନ ଆୟୋଗ ୧୧ଟି ଦସ୍ତାବିଜ୍‌ ମାଗୁଛନ୍ତି । କିନ୍ତୁ ଏଥିରେ ଆଧାର କିମ୍ବା ରାସନ କାର୍ଡ ଭଳି ପରିଚୟ ପତ୍ର ସାମିଲ ନାହିଁ । 

ମହୁଆ ମୋଇତ୍ର କହିଛନ୍ତି ଯେ, SIR ପାଇଁ ନିର୍ଦ୍ଦେଶ ‘୧ ଜୁଲାଇ, ୧୯୮୭ ରୁ ୨ ଡିସେମ୍ବର, ୨୦୦୪ ମଧ୍ୟରେ ଜନ୍ମଗ୍ରହଣ କରିଥିବା ଲକ୍ଷ ଲକ୍ଷ ପ୍ରକୃତ ଭୋଟରଙ୍କୁ ଅକ୍ଷମ କରିବା ପାଇଁ ଉଦ୍ଦିଷ୍ଟ। ସର୍ବୋଚ୍ଚ ନ୍ୟାୟାଳୟରେ ତାଙ୍କ ଆବେଦନରେ, ଦେଶର ଅନ୍ୟ ରାଜ୍ୟ ଲାଗି ସମାନ ନିର୍ଦ୍ଦେଶ ଜାରି କରିବାରୁ ଭାରତୀୟ ନିର୍ବାଚନ କମିଶନଙ୍କୁ ବାରଣ କରିବା ଲାଗି ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି ମହୁଆ ମୋଇତ୍ର । ନିର୍ବାଚନ କମିଶନ ଜୁନ୍ ୨୪ରେ ବିହାରରେ ଏକ SIR କରିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ ।  ଅଯୋଗ୍ୟ ନାମଗୁଡ଼ିକୁ ବାଦ ଦେଇ କେବଳ ଯୋଗ୍ୟ ନାଗରିକମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ଏହାର ଉଦ୍ଦେଶ୍ୟ ବୋଳି କହିଥିଲେ ଇସିଆଇ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.