ଭୁବନେଶ୍ୱର,୧୬/୧୨: ବିଦ୍ୟୁତ୍ ସଂଯୋଗ ପାଇଁ ଅତିରିକ୍ତ ସୁରକ୍ଷା ଜମାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ବିଦ୍ୟୁତ୍ ସମସ୍ୟା ନେଇ  ଓଇଆରସିଙ୍କୁ ଭେଟିବ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ । ଏନେଇ ମହାସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯିବ ।

ସୂଚନାଯୋଗ୍ୟ, ନିକଟରେ ବିଦ୍ୟୁତ ବିତରଣ ସଂସ୍ଥା ଅତିରିକ୍ତ ସୁରକ୍ଷା ଜମାଟଙ୍କା ଆଦାୟ କରିବା ବାଧ୍ୟତାମୂଳକ କରିଛି । ଯେଉଁମାନେ ଏହାକୁ ଧାର୍ଯ୍ୟ ସମୟ ମଧ୍ୟରେ ଦାଖଲ ନକରିବେ ସେମାନଙ୍କ ବିଦ୍ୟୁତ୍ ସଂଯୋଗ କାଟି ଦିଆଯିବ ବୋଲି ମଧ୍ୟ ନୋଟିସ୍ ହୋଇଛି ।