ବାରାବଙ୍କି - ଉତ୍ତର ପ୍ରଦେଶର ବାରାବଙ୍କିରୁ ଏକ ଲଜ୍ଜାକର ଖବର ସାମନାକୁ ଆସିଛି। ଏଠାରେ ଜଣେ ଏକ୍ସଇଏନ୍‌ ଅଫିସର ବିଦ୍ୟୁତ୍‌ ବିଲ୍‌ ଠିକ୍‌ କରିବା ଓ କଟି ଥିବା କନେକ୍ସନକୁ ଆଉ ଥରେ ଯୋଡ଼ିବା ବଦଳରେ ଚାଷୀଙ୍କୁ ଅଜବ ଡିମାଣ୍ଡ କରିଛନ୍ତି। ଏକ୍ସଇଏନ୍‌ ଚାଷୀଙ୍କ ପତ୍ନୀଙ୍କୁ ଏକୁଟିଆ ପଠେଇବା ସହ ସାଥିରେ ୪୦ ହଜାର ଟଙ୍କା ଆଣିବା କଥା କହି ଥିଲେ। ଏକ୍ସଇଏନ୍‌ଙ୍କ ଉପରେ ଗୁରୁତର ଅଭିଯୋଗ ଲଗେଇ ଚାଷୀଙ୍କର ଏକ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଚାଷୀ ଅଭିଯୋଗ ଲଗେଇଛନ୍ତି କି, ବିଦ୍ୟୁତ୍‌ ଚେକିଂ ବେଳେ ଏକ୍ସଇଏନ ତାଙ୍କ ଘରକୁ ଆସିଥିଲେ ଏବଂ ପତ୍ନୀଙ୍କର ସୌନ୍ଦର୍ଯ୍ୟକୁ ନେଇ ପ୍ରଶଂସା କରିଥିଲେ। ଏହାପରେ ସେ କନେକ୍ସନ କାଟି ଚାଲି ଗଲେ। ଏହାସହ ବିଦ୍ୟୁତ୍‌ ବିଲ୍‌ର ରିଡିଂ ମଧ୍ୟ ବଢାଇ ଦେଲେ।

ଟିଭି-୯ ଭାରତବର୍ଷ ମିଡ଼ିଆ ରିପୋର୍ଟସ ଅନୁସାରେ , ପୂରା ମାମଲାଟି ହାଇଦରଗଡ଼ ତହସିଲର ଲୋନିକଟରା ଥାନା ଅଞ୍ଚଳର ଏକ ଗାଁରେ ଘଟିଛି। ଏଠାରେ ରହୁଥିବା ଚାଷୀ ଅଭିଯୋଗ ଲଗେଇ କହିଛନ୍ତି କି, ଏକ୍ସଇଏନ ପ୍ରଦୀପ ଗୌତମ ୧୩ ମାର୍ଚ୍ଚ ୨୦୨୪ରେ ବିଦ୍ୟୁତ୍‌ ନିରୀକ୍ଷଣ କରିବାକୁ ତାଙ୍କ ଗାଁକୁ ଆସିଥିଲେ। ବିଦ୍ୟୁତ୍‌ ଚେକିଂ ବେଳେ ସେ ତାଙ୍କ ଘରେ ପହଞ୍ଚିଲେ। ଏଠାରେ ତାଙ୍କର ପତ୍ନୀଙ୍କ ସୌନ୍ଦର୍ଯ୍ୟକୁ ଦେଖି ପ୍ରଶଂସା କରିବାକୁ ଲାଗିଲେ ଏବଂ ବିଦ୍ୟୁତ୍ ବିଲ୍‌ରେ ଭୁଲ୍ ରିଡିଂ କରି  ବିଲ୍ ବଢାଇ ଦେଲେ। ପୁଣି ତାଙ୍କର କନେକ୍ସନ ମଧ୍ୟ କାଟି ଦେଲେ। ଯେବେ ସେ ଘରେ ପହଞ୍ଚିଲେ ତ ପତ୍ନୀ ଏକ୍ସଇଏନ୍‌ର ହରକତ ବିଷୟରେ କହିଲେ। ୧୬ ମାର୍ଚ୍ଚରେ ଚାଷୀ ବିଲ୍‌ ଠିକ୍‌ କରିବାର ଅଭିଯୋଗ ନେଇ ଏକ୍ସଇଏନ ଅଫିସରେ ପହଞ୍ଚିଲେ। 

ଏକ୍ସଇଏନ ବିଲ୍ ଠିକ୍‌ କରାଇବା ଓ କନେକ୍ସନକୁ ପୁଣି ଲଗେଇବା ବଦଳରେ ତାଙ୍କର ପତ୍ନୀଙ୍କୁ ଏକୁଟିଆ ପଠାଇବାକୁ କହିଲେ। ସଂପୃକ୍ତ ଚାଷୀ ଜଣଙ୍କ କହିଛନ୍ତି କି , ସେ ଏକ୍ସଇଏନ୍‌ଙ୍କୁ ଅନେକ ଥର ବିଦ୍ୟୁତ୍‌ ବିଲ୍ ଠିକ୍‌ କରିବାକୁ ଅନୁରୋଧ କରିଥିଲେ , କିନ୍ତୁ ଏକ୍ସଇଏନ ବାରମ୍ୱାର ତାଙ୍କର ପତ୍ନୀଙ୍କୁ ପଠାଇବାକୁ ଜିଦି କଲେ। ଚାଷୀ ଜଣଙ୍କ କହିଛନ୍ତି ଲଜ୍ଜା ଯୋଗୁଁ ସେ ଏହି କଥାର ଅଭିଯୋଗ କଲେ ନାହିଁ । ୩୧ ଜାନୁଆରୀ ୨୦୨୫ରେ ଏକ୍ସଇଏନ ପୁଣି ତାଙ୍କ ଘରେ ପହଞ୍ଚିଲେ ଏବଂ ୪୦ ହଜାର ଟଙ୍କା ସହ ପତ୍ନୀଙ୍କୁ ପଠାଇବାକୁ ପୁଣି ଥରେ ଜିଦି କରି ଥିଲେ। ଏହାପରେ ସେ ବରିଷ୍ଠ ଅଧିକାରୀଙ୍କୁ ଏକ୍ସଇଏନଙ୍କର ନାଁରେ ଅଭିଯୋଗ କଲେ।

ଏହି ସମ୍ୱନ୍ଧରେ ଅଧୀକ୍ଷଣ ଇଞ୍ଜିନିୟର ରାଜବାଲା କହିଛନ୍ତି କି, ଅଭିଯୋଗ ଭୁଲ୍ ଓ ଭିତ୍ତିହୀନ। ଯେଉଁ ବ୍ୟକ୍ତି ଏହି ଅଭିଯୋଗ ଲଗେଇଛନ୍ତି, ସେ ଏକ୍ସଇଏନଙ୍କୁ ଭେଟି ନାହାନ୍ତି । ପରେ ଯାଞ୍ଚ କରିବାକୁ ଜଣାପଡ଼ିଲା କି ଯେଉଁ ବ୍ୟକ୍ତି ଏହି ଅଭିଯୋଗ କରିଛନ୍ତି , ତାଙ୍କର ଏଠାରେ ବର୍ଷେ ପୂର୍ବେ ଭୁଲ୍‌ ଉପାୟରେ ବିଦ୍ୟୁତ୍‌ ବ୍ୟବହାର କରିବା ମାମଲାରେ ଧରାପଡ଼ି ଥିଲେ । ଏଥିରେ ତାଙ୍କର କନେକ୍ସନ କାଟି ଦିଆଯାଇ ଥିଲା। ଯାହାଙ୍କର ଏହି ଅଭିଯୋଗ ଆସିଛି। ଏହି ମାମଲାର ଯାଞ୍ଚ କରାଯିବ।