ଭୁବନେଶ୍ବର,୨୪।୩ : ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଅପରିବର୍ତ୍ତିତ ରହିଲା ବିଜୁଳି ଦର । ମାସିକ ୬୦ ଟଙ୍କା ସ୍ମାର୍ଟ ମିଟର ଉପରେ ରେଣ୍ଟ ଛାଡ଼ । ଯେଉଁମାନେ ୨ କିଲୋ ୱାଟ ସ୍ମାର୍ଟ ମିଟର ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ଛାଡ଼ ହେଲା ମିଟର ଭଡା । ଏଥିରେ ଉପକୃତ ହେବେ ୮୦ ଲକ୍ଷ ଉପଭୋକ୍ତା। ଏନେଇ ଓଇଆରସି ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ମାସିକ ୫୦ ୟୁନିଟ ବ୍ୟବହାର କରୁଥିଲେ ଦେବାକୁ ପଡିବ ୟୁନିଟ ପିଛା ୨ ଟଙ୍କା ୯୦ ପଇସା । ୫୦ ରୁ ୨୦୦ୟୁନିଟ ବ୍ୟବହାର କଲେ ୟୁନିଟ ପିଛା ୪ ଟଙ୍କା ୭୦ ପଇସା । ୨୦୦ ରୁ ୪୦୦ ୟୁନିଟ ବ୍ୟବହାର କରୁଥିଲେ ୟୁନିଟ ପିଛା ଦେବାକୁ ପଡିବ ୫ ଟଙ୍କା ୭୦ ପଇସା । ୪୦୦ ୟୁନିଟ ରୁ ଅଧିକ ବ୍ୟବହାରକଲେ ଦେବାକୁ ପଡିବ ୬ଟଙ୍କା ୧୦ ପଇସା। ଡିଜିଟାଲ ପେମେଣ୍ଟରେ ୪ ପ୍ରତିଶତ ରିହାତି ମିଳିବ ବୋଲି ଓଇଆରସି ପକ୍ଷରୁ ସୂଚନା ଦିଆଯାଇଛି।