ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଚମତ୍କାର ରୋବଟ ଆବିଷ୍କାର କଲେ ବୈଜ୍ଞାନିକ, ବିନା ବିଦ୍ୟୁତ୍‌ରେ ବି କାମ କରୁବାକୁ ହେବ ସକ୍ଷମ

Published By : Swapna Ray | April 12, 2025 3:55 PM

ନୂଆଦିଲ୍ଲୀ, ୧୨।୪: ଆମେରିକାର କିଛି ବୈଜ୍ଞାନିକ ଏଭଳି ଏକ ରୋବଟର ନିର୍ମାଣ କରିଛନ୍ତି, ଯାହା ବିନା ବିଦ୍ୟୁତ୍‌ରେ ବି କାମ କରିବାରେ ସକ୍ଷମ । ଏହି ଥ୍ରୀଡି ପ୍ରିଣ୍ଟେଡ୍ ରୋବଟଟି ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ ରହିଛି । ଏହି ରୋବଟ୍‌ଟିକୁ କମ୍ପ୍ରେସ୍ଡ ଗ୍ୟାସକୁ ବ୍ୟବହାର କରି ଥ୍ରୀଡି ପ୍ରିଣ୍ଟର ସାହାଯ୍ୟରେ ନିର୍ମାଣ କରାଯାଇଛି । ସେହିଭଳି ଏହା ଥରେ ପ୍ରସ୍ତୁତ ହେବା ପରେ ସଙ୍ଗେ ସଙ୍ଗେ କାମ କରିବା ମଧ୍ୟ ଆରମ୍ଭ କରୁଛି । ଯାହା ଫଳରେ ଆଗକୁ ଏହି ପ୍ରକ୍ରିୟା ରୋବଟ ନିର୍ମାଣକୁ ସହଜ କରିବ ବୋଲି ବୈଜ୍ଞାନିକମାନେ ଆଶା ରଖୁଛନ୍ତି । ଏହା ସହିତ ଏହି ପ୍ରକ୍ରିୟା ନିର୍ମାଣ ଖର୍ଚ୍ଚକୁ ମଧ୍ୟ ଅଧା କରିଦେବ ବୋଲି ସେମାନେ ମତ ବ୍ୟକ୍ତ କରିଛନ୍ତି । ଆଗକୁ ଏହି ପ୍ରକ୍ରିୟା ଉପରେ ଅଧିକ ଗବେଷଣା କରାଯାଇ ଏହାକୁ ଅଧିକରୁ ଅଧିକ ସ୍ଥାନରେ କାର୍ଯ୍ୟରେ ଲଗାଯିବ ବୋଲି ନିର୍ମାଣକାରୀ ବୈଜ୍ଞାନିକ ମତ ଦେଇଛନ୍ତି । 

ଏହି ରୋବଟଟିକୁ କାର୍ଯ୍ୟକ୍ଷମ କରିବା ପାଇଁ ବୈଜ୍ଞାନିକମାନେ ଏକ ଅକ୍ସିଲେଟିଂ ସର୍କିଟ୍ ବା ଦୋଳନ ପରିପଥର ନିର୍ମାଣ କରିଛନ୍ତି, ଯାହା ବାଷ୍ପ ଇଞ୍ଜିନର ଯନ୍ତ୍ରକୌଶଳ ସହିତ କେତେକାଂଶରେ ସମାନ। ଏହି ସର୍କିଟ୍ ସାହାଯ୍ୟରେ ରୋବଟର ଚାରୋଟି ଗୋଡ଼କୁ ନିୟନ୍ତ୍ରଣ କରାଯିବ ଏବଂ ସେ ଯାତ୍ରା କରିପାରିବ । ଏହି ରୋବଟର ଚାରୋଟି ଗୋଡ଼କୁ ନିୟନ୍ତ୍ରଣ କରାଯିବ ଏବଂ ସେ ଯାତ୍ରା କରିପାରିବ । ଏହି ରୋବଟର ଟେଷ୍ଟ ଲାବ୍‌ରେ ସରିଛି । ଯେଉଁଥିରେ ଏହା ୩ ଦିନ ପର୍ଯ୍ୟନ୍ତ ବିନା ରହି କାର୍ଯ୍ୟ କରିପାରିବ ବୋଲି ଜଣାପଡ଼ିଛି । ଯେଉଁସ୍ଥାନରେ ବିଦ୍ୟୁତ୍ ପରିଚାଳିତ ଉପକରଣ କାମ କରିବା ବନ୍ଦ କରିବ ସେହି ସମସ୍ତ ସ୍ଥାନରେ ଏହି ରୋବଟଗୁଡ଼ିକର ବ୍ୟବହାର କରାଯାଉପାରିବ ବୋଲି ବୈଜ୍ଞାନିକ ଆଶା ରଖିଛନ୍ତି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.