କୋଇଡ଼ା, ୧୧/୯ : ଥମୁନି ହାତୀ ମଣିଷ ଲଢେଇ। ବୃଦ୍ଧଙ୍କୁ ଘରୁ ଟାଣି ଆଣି ଦଳିଦେଲା ଦନ୍ତା। କୋଇଡ଼ା ବନାଞ୍ଚଳ ସାନ ଇନ୍ଦୁପୁର ଗିରୱାଲ ହାଟିଙ୍ଗରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଖବର ଲେଖାଯିବା ସୁଦ୍ଧା ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ନଥିବା ଜଣାପଡ଼ିଛି। 

ସୂଚନାନୁଯାୟୀ, ସାନ ଇନ୍ଦୁପୁର ଗିରୱାଲ ହାଟିଙ୍ଗର ବୃଦ୍ଧ ଶିବରାମ ବଡାଇକ୍ ବୁ ଘର ଭିତରେ ଶୋଇଥିଲେ। ଏତିକି ବେଳେ ତାଙ୍କୁ ଏକ ଦନ୍ତା ହାତୀ ଶୁଣ୍ଢରେ ଟାଣି ଆଣି ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଖବର ଲେଖାଯିବା ସୁଦ୍ଧା ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ନଥିବା ଜଣାପଡ଼ିଛି। ଫଳରେ ଘର ନିକଟରେ ଶିବରାମଙ୍କ ଶବ ପଡ଼ିରହିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ତୁରନ୍ତ ହାତୀକୁ ଘଉଡ଼ାଇବା ପାଇଁ ଦାବି କରାଯାଇଛି।