ବନ୍ତଳା ୦୭/୦୩: ହାତୀ ଆକ୍ରମଣରେ ପୁଣି ଗଲା ଜୀବନ। ଜଙ୍ଗଲକୁ ଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ହାତୀ ଆକ୍ରମଣ କରି ମାରିଦେଇଥିବା ସନ୍ଦେହ। ଏଭଳି ଅଭବାନୀୟ ଘଟଣା ବନ୍ତଳା ଥାନା ଅନ୍ତର୍ଗତ ଅନୁଗଳ ବନଖଣ୍ଡ ବନ୍ତଳା ରେଞ୍ଜ ଅଞ୍ଚଳରେ ଘଟିଛି। ମୃତକ ନନ୍ଦପୁର ପଞ୍ଚାୟତ ହିଂସାଲୋଇ ଗାଁର ନରତମ ମାଟିଆ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ବନ ବିଭାଗ ଓ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି।

ଅଧିକ ପଢ଼ନ୍ତୁ :-  ବସ୍ ସହ ଧକ୍କା ହେଲା ବାଇକ୍, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ

ସୂଚନା ଅନୁଯାୟୀ, ଗତକାଲି ନରତମ ଗାଁ ନିକଟ ଜଙ୍ଗଲକୁ ଯାଇଥିବା ବେଳେ ଆଉ ଫେରି ନଥିଲେ । ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଓ ଗ୍ରାମବାସୀ ନିକଟ ଜଙ୍ଗଲରେ ଖୋଜାଖୋଜି କରିଥିଲେ। ରାତି ପ୍ରାୟ ୧ଟା ସମୟରେ ନରତମଙ୍କ ଜଙ୍ଗଲ ନିକଟରେ ପଡ଼ି ଥିବା ଜଣାପଡିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ଅନୁଗୁଳ ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଆଜି ସକାଳେ ପୁଲିସ ଓ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଥିବା ଜଣାପଡ଼ିଛି । ହାତୀ ଆକ୍ରମଣରେ ନରତମଙ୍କ ମୃତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।ଏ ନେଇ ସ୍ଥାନୀୟ ଅଞ୍ଚଳରେ ଚପା ଉତ୍ତେଜନା ଲାଗି ରହିଛି।