ପ୍ରମୂଖ ଖବର
  • ବହୁଚର୍ଚ୍ଚିତ କୋଲକାତା ଆର୍. ଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ, ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଦୋଷୀ ସାବ୍ୟସ୍ତ
  • ||
  • ଫିରିଙ୍ଗିଆ : ବାଇକ୍‌ ଦୁର୍ଘଟଣାରେ ଶିକ୍ଷକ ମୃତ, ଦୁଇ ଗୁରୁତର
  • ||
  • କୋଣାର୍କ ସୂର୍ଯ୍ୟମନ୍ଦିରରେ ସିଙ୍ଗାପୁର ରାଷ୍ଟ୍ରପତି, ୪ ଘଣ୍ଟା ପାଇଁ ପର୍ଯ୍ୟଟକଙ୍କ କଟକଣା ଲାଗୁ
  • ||
  • ମାଲକାନଗିରି : କୁମ୍ବିଂ ଅପରେସନ୍‌ ବେଳେ ମାଓବାଦୀଙ୍କ ସୁଡଙ୍ଗ ଠାବ, ଶତାଧିକ ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ
  • ||
  • ମାଲକାନଗିରି : ରୋଗୀ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ: ବାପ ଝିଅ ମୃତ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଦ୍ୱିତୀୟ ଦିନରେ ନବ ଦାସ ଭାଇଙ୍କ ଘରେ ଆଇଟି ରେଡ୍‌, ଲିଙ୍କ୍‌ରେ ଥିବା କଣ୍ଟ୍ରାକ୍ଟର, ବିଲ୍‌ଡରଙ୍କ ଘରେ ଚାଲିଛି ଚଢ଼ାଉ
  • ||
  • ପାରାଦୀପ : ହାଇୱା ଧକ୍କାରେ ଚାଲିଗଲା ଶ୍ରମିକଙ୍କ ଜୀବନ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡ଼ିରେ ତୁଷାରପାତ, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ସାରା ଓଡ଼ିଶାରେ ଚାଲିଛି ପକ୍ଷୀ ଗଣନା, ଗଣନାକାରୀ ଟିମ୍‌ ସହ ବିଶେଷଜ୍ଞ ଓ ଗାଇଡ୍‌ ନିୟୋଜିତ
  • ||
  • ରାଜ୍ୟରେ ଆସନ୍ତା ୪ରୁ ୫ ଦିନ ରହିବ ଶୀତର ପ୍ରକୋପ, ୩ ଦିନ ଯାଏ ୯ ଜିଲ୍ଲାକୁ କୁହୁଡ଼ି ଆଲର୍ଟ
  • ||

ଜଙ୍ଗଲରେ ହାତୀ ଟ୍ରାକିଂ ବେଳେ ଆକ୍ରମଣ କଲା ଦନ୍ତା, ପାରା କର୍ମଚାରୀ ଗୁରୁତର

Published By : Harapriya Sethi | December 14, 2024 8:57 AM

ବଣାଇ, ୧୪/୧୨: ହାତୀ ଟ୍ରାକିଂ କରିବା ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା । ଏହି ଆକ୍ରମଣରେ ପାରା କର୍ମଚାରୀ ଲୁଧିଆ ସିଂ ଗୁରୁତର ହୋଇଥିଲେ । ହାତୀ ଆକ୍ରମଣରେ ତାଙ୍କ ଗୋଡ଼, ଛାତି ପିଞ୍ଜରା ଭାଙ୍ଗି ଯାଇଥିବା ବେଳେ କ୍ୟାମେରା ମଧ୍ୟ ଭାଙ୍ଗି ଯାଇଛି । ସୁନ୍ଦରଗଡ଼ ଜିଲ୍ଲା ତାମଡା ରେଞ୍ଜର ସାପଲତା ବିଟର ରୁଷି ମଠ ଜଙ୍ଗଲରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ରୁଷି ମଠ ଜଙ୍ଗଲରେ ହାତୀ ଥିବା ଜାଣି ବନ କର୍ମଚାରୀ ହାତୀ ଟ୍ରାକିଂ ଲାଗି ଯାଇ ଥିବାବେଳେ ହଠାତ୍‌ ଦନ୍ତା ଆକ୍ରମଣ କରିଥିଲା । ହାତୀ ଭୟରେ ବନ କର୍ମଚାରୀ ଯିଏ ଯୁଆଡେ ପଳାଇ ଥିବା ବେଳେ ଜଣେ ପାରା କର୍ମଚାରୀକୁ ହାତୀ ଆକ୍ରମଣ କରିଥିଲା । ଫଳରେ ତାଙ୍କ ଗୋଡ଼, ଛାତି ପିଞ୍ଜରା ଭାଙ୍ଗି ଯାଇଥିବା ବେଳେ ସେ ଏକ ପଥର ପାଖରେ ପଡି ଯାଇଥିଲେ । ହାତୀ ଭୟରେ ଯିଏ ଯୁଆଡେ ପଳାଇ ଥିବା ବେଳେ ଲୁଧିଆ ସିଂ ନଆସିବାରୁ ତାକୁ ବନ କର୍ମଚାରୀ ରାତିରେ ଖୋଜିଥିଲେ । ବହୁ ଖୋଜିବା ସତ୍ତ୍ୱେ ତାଙ୍କର କୌଣସି ପତ୍ତା ମିଳି ନଥିଲା । ପ୍ରାୟ ୮ଘଣ୍ଟା ପରେ ଶନିବାର ସକାଳୁ ତାକୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ଗୁରୁତର ଲୁଧିଆ ସିଂ ବର୍ତ୍ତମାନ ରାଉରକେଲାରେ ଚିକିଶ୍ଚିତ ହେଉଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.