ପ୍ରମୂଖ ଖବର
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଏଲିଫାଣ୍ଟ ସ୍କ୍ୱାର୍ଡକୁ ଦଳିଦେଲା ଦନ୍ତା, ଘଟଣାସ୍ଥଳରେ ଚାଲିଗଲା ଜୀବନ

Published By : Harapriya Sethi | October 17, 2024 7:46 AM

କେନ୍ଦୁଝର, ୧୭/୧୦: ହାତୀ ଆକ୍ରମଣରେ ପ୍ରାଣ ହରାଇଲେ ଯୁବକ । ମୃତକ ଏଲିଫାଣ୍ଟ ସ୍କ୍ୱାର୍ଡର ସଦସ୍ୟ ବସନ୍ତ ମହାନ୍ତ ବୋଲି ଜଣାପଡ଼ିଛି । କେନ୍ଦୁଝର ଜିଲ୍ଲା ସଦର ରେଞ୍ଜର ଝାରବେଡ଼ା ଗାଁ ନିକଟରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ବୁଧବାର ବିଳମ୍ୱିତ ରାତିରେ ସଦର ରେଞ୍ଜର ଝାରବେଡ଼ା ଗାଁ ନିକଟରେ ଏକ ୭ ଟିକିଆ ବଣୁଆ ହାତୀପଲ ଉତ୍ପାତ ହେଇଥିଲେ । ସେଥିପାଇଁ  ହାତୀପଲଙ୍କ ଉପରେ ନିଜର ରଖିବାକୁ ଏଲିଫାଣ୍ଟ ସ୍କ୍ୱାର୍ଡର ସଦସ୍ୟ ବସନ୍ତ ମହାନ୍ତ ସେଠାରେ ଉପସ୍ଥିତ ଥିଲେ । ଏହାରି ଭିତରେ ହାତୀ ଆକ୍ରମଣର ଶିକାର ହୋଇଥିଲେ ବସନ୍ତ । ବଣୁଆହାତୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିଲେ ବସନ୍ତ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବନବିଭାଗର କର୍ମଚାରୀ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.