ଘୁ.ଉଦୟଗିରି,୦୩/୦୮: କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି କଳିଙ୍ଗା ଘାଟିର ମୁଖ୍ୟ ରାଜପଥ ନନ୍ଦଗିରି ଠାରେ ମା' ଦୁର୍ଗା ନାମକ ଏକ ଯାତ୍ରୀବାହୀ ବସ୍ ରାଇକିଆରୁ ବ୍ରହ୍ମପୁର ଯାଉଥିଲା । ଏହି ସମୟରେ ବସ୍ ସମ୍ମୁଖକୁ ଏକ ଜଙ୍ଗଲୀ ଦନ୍ତା ହାତୀ ଧାଇଁ ଆସିଥିଲା। ଯାହା ଦ୍ଵାରା ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ ।
କିଛି ଦିନ ହେବ ଘୁ.ଉଦୟଗିରି ଅଞ୍ଚଳରେ ହାତୀ ଆକ୍ରମଣରେ ୨ଜଣ ବ୍ୟକ୍ତିଙ୍କ ଜୀବନ ଯାଇଥିବା ବେଳେ ବହୁ ଫସଲ, ଘର ଏବଂ ଗଛ ନଷ୍ଟ ହୋଇଛି । ବନ ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ଲୋକଙ୍କୁ ରାତିରେ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଉଛି । ଫୁଲବାଣୀ, ଫିରିଙ୍ଗିଆ, ଟିକାବାଲି, ରାଇକିଆ, ଭଞ୍ଜନଗରରୁ ବନବିଭାଗର ଟିମ୍ ଏହି ଅଞ୍ଚଳରେ ବର୍ତ୍ତମାନ ହାତୀ ଘଉଡାଇବା ପାଇଁ ଚେଷ୍ଟା ଚଳାଇଥିବା ଜଣାପଡିଛି । ଆଜିର ଘଟଣାରେ ଯାତ୍ରୀମାନେ ଭୟଭୀତ ହୋଇଯାଇଛନ୍ତି । ରବିବାର ସକାଳ ପ୍ରାୟ ୬ଟା ୪୫ମିନିଟରେ କଳିଙ୍ଗା ଘାଟିର ମୁଖ୍ୟ ରାଜପଥ ନନ୍ଦଗିରି ନିକଟରେ ଏକ ଯାତ୍ରୀବାସୀ ବସ୍ ସାମ୍ନାକୁ ଅଚାନକ ଏକ ଦନ୍ତା ହାତୀ ମାଡ଼ି ଆସିଥିଲା । ଏହା ଦେଖି ଲୋକମାନେ ଭୟଭୀତ ହୋଇଯାଇଥିଲେ । ...