ଭୁବନେଶ୍ବର, ୪।୨ :  ନରସିଂହପୁର ପୂର୍ବାଞ୍ଚଳ ରେଞ୍ଜ ନୂଆଗଡ ସେକ୍ସନ ଚତରାପଦା ବିଟ୍ ରେ ଏକ ହାତୀର ମୃତଦେହ ଉଦ୍ଧାର କରାଯାଇଛି।  ହାତୀର ମୃତ୍ୟୁ ୨ ଦିନ ତଳେ ହୋଇଥିବା ଜଣାପଡିଛି। 

ନୂଆଗଡ ସେକ୍ସନ ଚତରାପଦା ବିଟ୍‌ରେ ଏକ ହାତୀର ଗଳିତ ମୃତଦେହ ପଡିଥିଲା। ଖବର ପାଇ ବନ କର୍ମଚାରୀ ପହଞ୍ଚି ହାତୀ ମୃତଦେହ ଜବତ କରିଥିଲେ। ହାତୀଟିର ବୟସ ୪ରୁ ୫ ବର୍ଷ ହେବ। ସ୍ବାଭାବିକ ଭାବେ ମୃତ୍ୟୁ ଘଟିଥିବା ବନ ବିଭାଗ ସୂଚନା ଦେଇଛନ୍ତି। ହାତୀ ମୃତଦେହରୁ ୨ ଇଞ୍ଚର ଦାନ୍ତ ବନବିଭାଗ ଜବତ କରିଛି।