ଆନନ୍ଦପୁର,୯।୬ : ଶେଷରେ ଚାଲିଗଲା ତୀର ମାଡ଼ରେ  ଆହତ ଦନ୍ତା । ଉଚିତ୍ ସମୟରେ   ଚିକିତ୍ସା ଅଭାବରୁ ହାତୀ ମୃତ୍ଯୁ   ଘଟିଥିବା ଅଭିଯୋଗ ହୋଇଛି  । କେନ୍ଦୁଝର ବନ୍ଯାପ୍ରାଣୀ ବନଖଣ୍ଡ ଅଟେଇ ଜଙ୍ଗଲର ନୂଆପଡା ଗାଁ ନିକଟରେ  ଏହି ଘଟଣା ଦେଖିବାକୁ ମିଳିଛି। 

କେନ୍ଦୁଝର ବନ୍ଯାପ୍ରାଣୀ ବନଖଣ୍ଡ ଅଟେଇ ଜଙ୍ଗଲ ର ନୂଆପଡା ଗାଁ ନିକଟରେ  ୪ଦିନ ତଳେ ପ୍ରଥମେ ଗାଁ ଲୋକେ ତୀରମାଡ଼ରେ  ଆହତ ହାତୀ କୁ ଦେଖି ବନବିଭାଗ କୁ ଖବର କରିଥିଲେ  ସେହି ଦିନଠାରୁ ଉଭୟ କେନ୍ଦୁଝର ଓ ଆନନ୍ଦପୁର ଓ୍ବାଇଡ୍ ଲାଇଫ୍ ଡିଭିଜନ ର ଷ୍ଟାପ୍ ମାନେ ହାତୀ ଗତିବିଧି ଉପରେ ନଜର ରଖିଥିଲେ ମଧ୍ଯ କୌଣସି ଚିକିତ୍ସା କରିନଥିଲେ ।  ପ୍ରାୟ ୨୦-୩୦ ଦିନ ପୂର୍ବରୁ ତୀରମାଡରେ ଆହତ  ହାତୀଟି ଖା୍ଦ୍ଯ ପାନୀୟ ଗ୍ରହଣ ନକରି ଅତି ରୁଗ୍ଣ ହୋଇଯାଇଥିଲା । ସକାଳୁ କୋଳିମାଟି ନିକଟ   ମୂଶଳ ନଦୀ କୂଳରେ ହାତୀ କୁ ଟ୍ରାଙ୍କୁଲାଇଜ୍ କରାଯାଇ ଚକିତ୍ସା ଚାଲିଥିଲା  ହେଲେ ମଧ୍ଯାନ୍ନ ରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ଯୁ ଘଟିଛି ।  ହାତୀ ମୃତ୍ଯୁପାଇଁ ବନ ବାଭାଗକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ସେପଟେ ତୀର ମାଡ କରିଥିବା ବ୍ଯକ୍ତି କୁ ଚିହ୍ନଟ କରି ଆଇନ୍ ଅନୁସାରେ ପଦକ୍ଷପ ଗ୍ରହଣ ହେବ , କହିଛନ୍ତି ଆନନ୍ଦରୁର ଡିଏଫଓ ।