ରାସଗୋବିନ୍ଦପୁର, ୨୨/୧୧ : ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ସାରମୂଳା ସଂରକ୍ଷିତ ଜଙ୍ଗଲର ବେତନାଶିଆ ଗାଁମୁଣ୍ଡରେ ଦନ୍ତା ହାତୀର ମୃତ୍ୟୁ। ମୃତ ଦନ୍ତା ହାତୀର ବୟସ ପ୍ରାୟ ୮ ରୁ ୧୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ହାତୀଟିର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀଙ୍କ ସହ ରେଞ୍ଜର ଏବଂ ଡିଏଫଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହାତୀର ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କୁହାଯାଉଛି।
ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ସାରମୂଳା ସଂରକ୍ଷିତ ଜଙ୍ଗଲରେ ଏବେ ୩୦ରୁ ଅଧିକ ଝାଡ଼ଖଣ୍ଡୀ ହାତୀ ଥିବା ଜଣାପଡ଼ିଛି। ଦିନକୁ ଦିନ ହାତୀ ବଂଶ ଲୋପ ପାଇବାରେ ଲାଗିଛି। ହାତୀ-ମଣିଷ ଲଢେଇରେ ଏହି ନୀରିହ ପଶୁର ଜୀବନ ଯାଉଛି।