ଆଠଗଡ଼, ୨୭/୨ : ଆଠଗଡ଼ରେ ହାତୀ ମୃତ୍ୟୁ ଘଟଣା । ବିଦ୍ୟୁତ ବିଭାଗର ଅବହେଳାରୁ ହାତୀର ମୃତ୍ୟୁ ହୋଇଥିବା କହିଛନ୍ତି ଆରସିସିଏଫ୍ ସୁଧାଶୁଂଶେଖର ଖୋରା । ଆଠଗଡ଼ ବନଖଣ୍ଡ କୁଲାଇଲୋଠାରେ ୩୩ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତାହାତୀ ମୃତ୍ୟୁ ଘଟଣାରେ ଖୁବଶୀଘ୍ର ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ୨୦୨୩ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଏହି ତାର ହଟାଇବା ପାଇଁ ବନବିଭାଗ ବାରମ୍ବାର ଚିଠି ଲେଖିବା ସହ ମିଳିତ ତଦନ୍ତ ହୋଇଥିଲେ ମଧ୍ୟ ବିଦ୍ୟୁତ ବିଭାଗ କାହିଁକି ଖାମଖିଆଲ ମନୋଭାବ କରିଥିଲା ତାର ତଦନ୍ତ କରାଯାଇ ଦୋଷିଙ୍କ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ।
ଆରସିସିଏଫଙ୍କ ନେତୃତ୍ଵରେ ଆଠଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ଆଠଗଡ଼ ବନଖଣ୍ଡ ଅଧିକାରୀ, ଏସିଏଫ୍ ରେଞ୍ଜରଙ୍କ ସହ ବିଦ୍ୟୁତ୍ ବିଭାଗର ଅଧିକାରୀମାନେ ବୈଠକରେ ବିଭିନ୍ନ ଦିଗକୁ ନେଇ ଅନୁସନ୍ଧାନ କରିବା ସହିତ ପ୍ରାଥମିକ ତଦନ୍ତ ପରେ ଏହା ସ୍ପଷ୍ଟ କରିଛନ୍ତି ଆରସିସିଏଫ୍ ।