ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

କରଡା ଜଙ୍ଗଲରେ ହାତୀପଲ : ନଷ୍ଟ କଲେ ଫସଲ, ଭାଙ୍ଗିଲେ ଘର

Published By : Suraj Kumar | April 30, 2025 8:49 PM

ରାଇକିଆ,୩୦।୫ : ରାଇକିଆ ବ୍ଲକ୍ ଅନ୍ତର୍ଗତ ଅପହଞ୍ଚ ଘଞ୍ଚ ଜଙ୍ଗଲ କରଡ଼ା ରେଞ୍ଜର ଇନ୍ଦ୍ରଗଡ ସେକ୍ସନରେ ହାତୀପଲଙ୍କ ଉପଦ୍ରବ। ଏଥିରେ ଲୋକଙ୍କ ଫସଲ ନଷ୍ଟ ହେବା ସହ  ଚାରି ଜଣଙ୍କ ଘର ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି।  

ଗଞ୍ଜାମ ଜିଲ୍ଲା ମୁଜାଗଡ ରେଞ୍ଜରୁ ୨୬ ଟିକିଆ ହାତୀପଲ ଗତ କିଛି ଦିନ ହେଲା କରଡ଼ା ରେଞ୍ଜରେ ଚଳପ୍ରଚଳ କରୁଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଗାନ୍ଧାରୀ ଭୂଇଁ ଗ୍ରାମରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଥିଲା।  ହାତୀ ଉପଦ୍ରବରେ  ମଲ ନାୟକ, ଚକ୍ର ନାୟକ, ଖଦାଳ ନାୟକ, ମନୋଜ ମଲ୍ଲିକଙ୍କ ଘର ଭାଙ୍ଗିଛି। ଏଥିରେ କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ ସହାୟତା ଯୋଗାଇବା ପାଇଁ ଦାବୀ କରାଯାଇଛି। ହାତୀପଲଙ୍କ ଉପଦ୍ରବ ଯୋଗୁଁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.