ରାଉରକେଲା,୧୨/୧୦: ସରଣ୍ଡା ଜଙ୍ଗଲରେ ଗତ ୪ ଦିନ ତଳେ ଆଇଇଡି ବିସ୍ଫୋରଣରେ ଏକ ମାଈ ହାତୀ ଗୁରୁତର ହୋଇଥିଲା। ହାତୀର ବାମ ଗୋଡ଼ରେ କ୍ଷତିଗ୍ରସ୍ତ ହୋଇଥିଲା। ମନୋହରପୁର ବନ ବିଭାଗ ଓ ପ୍ରାଣୀଧନ ଚିକିତ୍ସକ ହାତୀର ଚିକିତ୍ସା ଜାରି ରଖିଥିଲେ। ହାତୀକୁ କଦଳୀରେ ଔଷଧ ମିଶାଇ ଖାଇବାକୁ ଦିଆଯାଉଥିଲା। ବନ କର୍ମଚାରୀ ହାତୀ ଉପରେ ନଜର ରଖିଥିଲେ। ମାତ୍ର ଶନିବାର ବିଳମ୍ବିତ ରାତିରେ ହାତୀର ମୃତ୍ୟୁ ହୋଇଛି । ରବିବାର ସକାଳେ ହାତୀର ଶବ ବ୍ୟବଚ୍ଛେଦ କରାଯାଇ ସେହି ସ୍ଥାନରେ ପୋତି ଦିଆଯାଇଛି । ତେବେ ଗତ ୪ ମାସ ମଧ୍ୟରେ ଏହା ତୃତୀୟ ଘଟଣା ବୋଲି ସୂଚନା ମିଳିଛି।