ସାହାଜପାଲ , ୨୪।୮ : ବୌଦ୍ଧ ସଦର ବ୍ଳକ ତାଳଶରଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡମ୍ବରୁଗଡ଼ ଗଡ଼ ଜଙ୍ଗଲରେ ବନ୍ୟଜନ୍ତୁ ହାତୀ ଦେଖିବାକୁ ମିଳିଛି। ଏହି ହାତୀକୁ ଦେଖି ଜଙ୍ଗଲ ପାଖରେ ଥିବା କଙ୍କଲା, ଡମ୍ବରୁଗଡ଼, ପଢଖାଲ, କମ୍ପରା, ଓ ସାହାଜପାଲ ଗ୍ରାମକୁ ଲାଗିଛି ହାତୀ ଭୟ।
ବୌଦ୍ଧ ବନବିଭାଗ ପୁରା ଟିମ ଆସି ଡ୍ରନ କ୍ୟାମେରା ସାହାଯ୍ୟରେ ଦେଖିବାପରେ ୮ଟି ହାତୀ ଦେଖିବାକୁ ମିଳିଥିଲା। ବନ ବିଭାଗ ଟିମ ଅଂଚଳର ଜନସାଧାରଣ ମାନଙ୍କୁ ଜଙ୍ଗଲ କୁ ନଯିବା ପାଇଁ ସତର୍କ କରାଇବା ସହ ହାତୀ କେମିତି ସୁରକ୍ଷା ପାଇପାରିବେ ପୁରାଟିମ ଲାଗିପଡ଼ିଥିଲା। ହାତୀ ଗୁଡିକ ଯେପରି ଜଙ୍ଗଲ ମୁହାଁ ହେବେ ସେହି ଆଡକୁ ଘଉଡ଼ାଇବା ପାଇଁ ଲାଗି ପଡିଛି ବନ ବିଭାଗ। ଏହିଭଳି ବିଦ୍ୟୁତ ସରବରାହ ମଧ୍ୟ ବନ୍ଦ କରାଯାଇଥିଲା। କେମିତି ୮ ହାତୀ ସୁରକ୍ଷା ପାଇ ପାରିବେ ଏସିମ ରେଞ୍ଜର ଅର୍ଚନା ଗମାଗୋ, ଫରେଷ୍ଟର ପ୍ରସନ୍ନ ପ୍ରଧାନ, ଫରେଷ୍ଟର ଅନୁପମା ପାଣିଗ୍ରାହୀ, ଫରେଷ୍ଟର ଗାର୍ଡ ପ୍ରଦୀପ ସାହୁ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।