ପ୍ରମୂଖ ଖବର
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତ

Published By : Anindita Ratha | July 27, 2025 3:00 PM

କଳିଙ୍ଗା,୨୭/୦୭: ଦିନକୁ ଦିନ ବୃଦ୍ଧି ପାଉଛି ଜଙ୍ଗଲୀ ହାତୀଙ୍କ ଉପଦ୍ରବ। ଜି. ଉଦୟଗିରିର କଳିଙ୍ଗାରେ ଦନ୍ତା ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ କଳିଙ୍ଗା ପଞ୍ଚାୟତ ମାଲାନସୁଗା ଗ୍ରାମର ସାମନ୍ତ ଦିଗାଲ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ,ଶନିବାର ସନ୍ଧ୍ୟାବେଳେ ମୃତ ସାମନ୍ତ ଦୁଇ ଜଣ ବନ୍ଧୁଙ୍କ ସହ ଦିନ ମଜୁରୀ କାମ ସାରି ନିଜ ଘରକୁ ଫେରୁଥିଲେ । ସେହି ସମୟରେ ଏକ ଦନ୍ତାହାତୀ ଆକ୍ରମଣ କରିଥିଲା। ଦୁଇ ସାଙ୍ଗ କୌଣସି ପ୍ରକାରେ ଖସି ଯାଇଥିବା ବେଳେ ହାତୀ ସାମନ୍ତଙ୍କୁ ଦଳାଚକଟା କରି ମାରିଥିଲା। ରବିବାର ସକାଳୁ ଗ୍ରାମବାସୀ ପୁଲିସ ଏବଂ ବନ ବିଭାଗକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ମୃତଦେହ ଜବତ କରିଛି।  ଘଟଣାସ୍ଥଳରେ ଜି. ଉଦୟଗିରି ଏସ୍ଡ଼ିପିଓ ବିଜୟ କୁମାର ବିଶି ଏବଂ ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି । ଏନେଇ ଜି.ଉଦୟଗିରି ଥାନାରେ  ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ତେବେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ସ୍ଥାନୀୟ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ହାତୀ ଚଲାପଥ ସୂଚନା ଫଳକ ଲଗାଯିବା ସହ ହାତୀ ଘଉଡ଼ାଇବା ଅଭିଯାନ ଚାଲୁ ଥିବା ବନାଞ୍ଚଳ ଅଧିକାରୀ କାଜୋଲ ନାୟକ କହିଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.