ଫୁଲବାଣୀ, ୨୯/୦୭: ଥମୁନି ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ଜଣେ ମୃତ । କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଥାନା ପେଟାପାଙ୍ଗାରେ ଜଣଙ୍କୁ ହାତୀ ଦଳି ଦେଇଛି । ମୃତକ ହେଲେ ଆଡାଶିକୁପା ପାଙ୍ଗାନାଜୁ ଗାଁର ପ୍ରଶାନ୍ତ ନାୟକ ।
ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୫ଟା ସମୟରେ ପ୍ରଶାନ୍ତ ଘର ବାହାରେ ଠିଆ ହୋଇଥିବା ବେଳେ ହଠାତ୍ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରି ପାଦରେ ଦଳିଦେଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଛି। ପ୍ରକାଶ ଥାଉକି, ସୋମବାର ଗ୍ରେସିଙ୍ଗିଆ ପଞ୍ଚାୟତ ଜାକାମାହା ତଳସାହିରେ ଦନ୍ତା ହାତୀ ଏକ ଗାଈକୁ ମାରିଥିଲା । ଗତ ଦୁଇ ମାସ ଧରି ହାତୀପଲ ଜି ଉଦୟଗିରି, ରାଇକିଆ ଅଞ୍ଚଳରେ ଆତଙ୍କ ଖେଳାଇ ଚାଲିଛନ୍ତି। ଏହି ହାତୀପଲ ଘୁମୁସର ବନଖଣ୍ଡ ଅଞ୍ଚଳରୁ ଆସିଥିବା ବନ ବିଭାଗ କହିଛି । ମଣିଷ ସହିତ ଗାଈ ଗୋରୁଙ୍କୁ ମଧ୍ୟ ଆକ୍ରମଣ କରୁଛି । ଏହା ସହିତ ଅନେକ ଘରଦ୍ଵାର ଓ ଫସଲ ନଷ୍ଟ କରୁଛି । ଯାହାଫଳରେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଜି ଉଦୟଗିରି ରେଞ୍ଜର କାଜୋଲ ନାୟକଙ୍କ ସହିତ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଥିବା ଜଣାପଡିଛି।