ନବରଙ୍ଗପୁର, ୧।୯: ନବରଙ୍ଗପୁର ଜିଲ୍ଲା ଛତିଶଗଡ଼ ସୀମାନ୍ତ ଉମରକୋଟ ବ୍ଲକରେ ହାତୀ ଆତଙ୍କ । ଉମରକୋଟ ତହରା ପଞ୍ଚାୟତର ରାମପାରା ଅଞ୍ଚଳରେ ମାକା ଫସଲ ନଷ୍ଟ କଲେ ହାତୀ । ଛତିଶଗଡ଼ର ସୀତା ନଦୀ ବ୍ୟାଘ୍ର ଅଭୟାରଣ୍ୟରୁ ବାହାରି ଆସି ଓଡ଼ିଶାର ଉମରକୋଟ ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି । ଅଭୟାରଣ୍ୟରୁ ଅନେକ ହାତୀ ଚାଲିଥିବା ଆସିଥିବା ଅନୁମାନ କରାଯାଉଛି ।

କହିରଖୁ କି, ଗତ ବର୍ଷ ରାଇଘର ଅଞ୍ଚଳରେ ହାତୀପଲ ପଶି ବ୍ୟାପକ୍ ଫସଲ ନଷ୍ଟ କରିଥିଲେ । ହେଲେ ଚଳିତ ବର୍ଷ ହାତୀପଲ ଉମରକୋଟ ଅଞ୍ଚଳକୁ ପଶି ଆସି ଆତଙ୍କ ମଚାଇଛନ୍ତି । ଏବେ ମକାରେ ଫୁଲ ଧରିଥିବା ବେଳେ ଦୁଇଟି ହାତୀ ଫସଲ ଖାଇବା ସହ ବିଲକୁ କୁଦି ନଷ୍ଟ କରିଛନ୍ତି । ଯାହାକୁ ନେଇ ଚିନ୍ତାରେ ରହିଛି ସ୍ଥାନୀୟ ଅଞ୍ଚଳର ଚାଷୀ ।..