ଭୁବନେଶ୍ୱର, ୧୮/୦୪: ରାସନ୍‌ କାର୍ଡକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍ । ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ । ଏପ୍ରିଲ ୨୨ ତାରିଖ ସୁଦ୍ଧା କାର୍ଡ ପ୍ରସ୍ତୁତ ପାଇଁ ଜିଲ୍ଲାପାଳମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ଏନେଇ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । 

ନୂଆ ରାସନ୍‌ କାର୍ଡର ଦୈର୍ଘ୍ୟ ୬ ଇଞ୍ଚ ଏବଂ ପ୍ରସ୍ଥ ୪ ଇଞ୍ଚ ବିଶିଷ୍ଟ ହେବ। ଏଥିରେ ୧୭୦ GSMର ଗ୍ଲସି ଆର୍ଟ କାଗଜ ବ୍ୟବହାର ହେବ । ଏଥି ସହିତ PPH ଏବଂ AAY କାର୍ଡକୁ ରଙ୍ଗିନ କରାଯିବ । କେବଳ ସେତିକି ନୁହେଁ, ୧୨୦ ମାଇକ୍ରୋନ୍‌ର ଲାମିନେସନ୍‌ ସିଟ୍‌ ମଧ୍ୟ ପ୍ରସ୍ତୁତ ହେବ । ଏହି ଲାମିନେସନ୍‌ର ଜ୍ୟାକେଟ୍‌ ସାଇଜ୍‌ର ଦୈର୍ଘ୍ୟ ୬.୨ ଇଞ୍ଚ  ଏବଂ ପ୍ରସ୍ଥ ୪.୨ ଇଞ୍ଚ ରହିବ । ଏନେଇ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।