ପ୍ରମୂଖ ଖବର
  • ଭୁବନେଶ୍ବର : ଓଡିଶା ଜନଗଣନା ନିର୍ଦ୍ଦେଶକ ହେଲେ ୨୦୧୨ ବ୍ୟାଚ୍ର ଆଇଏଏସ ନିଖିଲ ପୱନ କଲ୍ୟାଣ
  • ||
  • Shangri-la-dialogue: CDS କହିଦେଲେ ଆତଙ୍କୀଙ୍କ ରେଡ଼ ଲାଇନ୍, ଜାଣନ୍ତୁ କଣ କହିଲେ ପାକିସ୍ତାନ ଜେନେରାଲ
  • ||
  • ଘାରିଛି କରୋନା ଭୟ; ୪ ହଜାର ମୁହାଁ ସଂକ୍ରମଣ, ୨୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

୫୩ ବର୍ଷୀୟ ଏଲନ ମସ୍କଙ୍କ ୧୪ ପିଲା, ପୁଣି ବାପା ହେବା ନେଇ ଜାପାନୀ ପପ୍‌ ଷ୍ଟାର୍‌ଙ୍କ ଦାବି

Published By : Krishna Priya | June 1, 2025 10:17 AM

ନୂଆଦିଲ୍ଲୀ ୦୧/୦୬: ବ୍ୟକ୍ତିଗତ ଓ ବୃତ୍ତିଗତ କାରଣ ପାଇଁ ସର୍ବଦା ଚର୍ଚ୍ଚାରେ ରହିଛନ୍ତି ବିଶ୍ୱର ଅନ୍ୟତମ ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ । ଏବେ ଏକ ବ୍ୟକ୍ତିଗତ କାରଣ ପାଇଁ ସେ ଚର୍ଚ୍ଚାରେ । ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ଖବର ଅନୁସାରେ, ମସ୍କ ଗୋପନରେ ଜଣେ ଜାପାନୀ ପପ୍‌ ଷ୍ଟାର୍‌ଙ୍କ ସନ୍ତାନର ବାପା ହୋଇଛନ୍ତି । କନ୍‌ଜର୍ଭେଟିଭ୍‌ କମେଣ୍ଟେଟର ଆଶ୍‌ଲି ସେଣ୍ଟ୍‌.କ୍ଲେୟାର ଦାବି କରିଛନ୍ତି, ୨୦୨୪ରେ ସେ ମଧ୍ୟ ମସ୍କଙ୍କ ସନ୍ତାନକୁ ଜନ୍ମ ଦେଇଥିଲେ । ସମଗ୍ର ବିଶ୍ୱରେ ତାଙ୍କର ସନ୍ତାନ ଅଛନ୍ତି ବୋଲି ମସ୍କ ନିଜେ ତାଙ୍କୁ କହିଥିବା କ୍ଲେୟାର କହିଛନ୍ତି । 

ଏଥିରେ ଜଣେ ଜାପାନୀ ଗାୟିକା ଅଛନ୍ତି, ଯିଏକି ଟ୍ରମ୍ପ୍‌ଙ୍କ ସନ୍ତାନ ଜନ୍ମ ଦେଇଥିବା କ୍ଲେୟାର ଦାବି କରିଛନ୍ତି । ସନ୍ତାନ ଚାହୁଁଥିବା ଯେକୌଣସି ବ୍ୟକ୍ତିଙ୍କୁ ଶୂକ୍ରାଣୁ ଦାନ କରିବେ ବୋଲି ମସ୍କ ଦାବି କରିଥିଲେ । କ୍ଲେୟାର ଆହୁରି କହିଛନ୍ତି, ଉଭୟଙ୍କ ସମ୍ପର୍କକୁ ଲୁଚାଇ ରଖିବାକୁ ମସ୍କ କୋଡ୍‌ ଭାଷାରେ ତାଙ୍କୁ ମେସେଜ୍‌ ଦେଇଥିଲେ । ଗୁପ୍ତ ଭାବେ ସନ୍ତାନ ଜନ୍ମ ଦେବା ପାଇଁ ମସ୍କ ତାଙ୍କୁ ୧୫ ମିଲିଅନ୍‌ ଡଲାର ଅଫର୍‌ କରିଥିଲେ ଏବଂ ସନ୍ତାନର ବୟସ ୨୧ ବର୍ଷ ହେବା ପର୍ଯ୍ୟନ୍ତ ପ୍ରତି ମାସ ୧୦୦,୦୦୦ ଡଲାର ଦେବାକୁ ମଧ୍ୟ କହିଥିଲେ । କ୍ଲେୟାର ଏହାକୁ ପ୍ରତ୍ୟାଖ୍ୟାନ କରିବା ପରେ ମସ୍କଙ୍କ ବିରୋଧରେ ପିତୃତ୍ୱ ଓ ସନ୍ତାନ ସମର୍ଥନ ପାଇଁ ମକଦ୍ଦମା କରିଥିଲେ । ସୁରକ୍ଷା ଚିନ୍ତା ଦର୍ଶାଇ ମସ୍କ ମାମଲା ରଫାଦଫାର ଆଦେଶ ମାଗିଲେ । ୫୩ ବର୍ଷୀୟ ମସ୍କ ଏକାଧିକ ସାଥୀଙ୍କ ସହିତ ୧୪ ସନ୍ତାନଙ୍କ ବାପା ହୋଇଛନ୍ତି । 

ୱାଲ୍‌ ଷ୍ଟ୍ରିଟ୍‌ ପତ୍ରିକାର ଏକ ରିପୋର୍ଟ ଅନୁସାରେ, ମସ୍କ ତାଙ୍କ ସନ୍ତାନଙ୍କୁ ଆର୍ମି ଭାବେ ଦେଖନ୍ତି, ଯାହା ରୋମାନ ମିଲିଟାରୀ ୟୁନିଟ୍‌କୁ ଦର୍ଶାଏ । କ୍ଲୋୟାର କହିଛନ୍ତି, ପୃଥିବୀ ଧ୍ୱଂସ ପୂର୍ବରୁ ସେ ସନ୍ତାନଙ୍କର ଏକ ବିଶାଳ ଆର୍ମି କରିଥିବେ ଏବଂ ଏଥିପାଇଁ ସରୋଗେଟ୍‌ଙ୍କ ସାହାଯ୍ୟ ନେବାକୁ ପଡ଼ିବ ବୋଲି ମସ୍କ କ୍ଲେୟାରଙ୍କୁ ମେସେଜ୍‌ ଦେଇଥିଲେ । ଟାଇମ୍ସ ନିଜ ରିପୋର୍ଟରେ ଆହୁରି ଅଭିଯୋଗ ଆଣିଛି, ନିଜର ସନ୍ତାନ ଇଚ୍ଛା ପୂରଣ ପାଇଁ ମହିଳାଙ୍କୁ ଖୋଜିବା ଉଦ୍ଦେଶ୍ୟରେ ମସ୍କ ଏକ୍ସ ପ୍ଲାଟ୍‌ଫର୍ମକୁ ବ୍ୟବହାର କରୁଛନ୍ତି । ତେବେ ମସ୍କ ଏ ନେଇ ମୁହଁ ଖୋଲିନାହାନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.