ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଭାଙ୍ଗିବ କି ଟ୍ରମ୍ପ- ମସ୍କ ଯୋଡି ? ଟେସଲାର ଲାଭରେ ୭୧% ହ୍ରାସ ପରେ ବ୍ୟାକ୍‌ଫୁଟ୍‌ରେ ଏଲନ୍ ମସ୍କ, କହିଲେ ‘ପୁରା ଫୋକସ୍‌ ଏବେ ବିଜନେସ୍ ଉପରେ’

Published By : Harapriya Biswal | April 24, 2025 2:13 PM

ନୂଆଦିଲ୍ଲୀ,୨୪।୪: ଭାଙ୍ଗିବ କି ଡୋନାଲ୍ଡୋ ଟ୍ରମ୍ପ ଓ ଏଲନ ମସ୍କଙ୍କ ଯୋଡି ? ଟେସଲାର ଲାଭରେ ୭୧% ହ୍ରାସ ପରେ ବ୍ୟାକଫୁଟ୍‌ରେ ସିଇଓ ତଥା ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ। ସେ ଏବେ ନିଜର ବିଜନେସ୍ ଉପରେ ରଖିବାକୁ ଚାହୁଁଛନ୍ତି ପୁରା ଫୋକସ୍। ପୂର୍ବଭଳି ହ୍ବାଇଟ ହାଉସର ଡିପାର୍ଟମେଣ୍ଟ ଅଫ୍ ଗର୍ଭମେଣ୍ଟ ଏଫିସିଏନ୍ସି ବିଭାଗକୁ ଦେଇପାରିବେନି ସମୟ। ଏନେଇ ନିଜେ ଘୋଷଣା କରିଛନ୍ତି ଏଲନ୍ ମସ୍କ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଓ ଏଲନ୍ ମସ୍କରଙ୍କ ଯୋଡିକୁ ଦୁନିଆରେ ଟେକ୍ ଓ ପାଓ୍ବାରର ମେଣ୍ଟ ଭାବରେ ଦେଖାଯାଏ।  ଟ୍ରମ୍ପଙ୍କର ସବୁବେଳେ ଖୋଲାଖୋଲି ସମର୍ଥନ କରିଥାନ୍ତି ଏଲନ୍ ମସ୍କ। ଏପରିକି ୨୦୨୪ ନିର୍ବାଚନରେ ପ୍ରଚୁର ମାତ୍ରାରେ ମଧ୍ୟ ଫଣ୍ଡିଂ କରିଥିଲେ। କିନ୍ତୁ କିଛି ମାସ ଭିତରେ ମସ୍କଙ୍କ ଗତିବିଧି ପ୍ରଶାସନରେ ବିବାଦ ସୃଷ୍ଟି କରିଛି। ମସ୍କ ଟ୍ରମ୍ପ ପ୍ରଶାସନରେ  ‘ଡିପାର୍ଟମେଣ୍ଟ ଅଫ ଗର୍ଭମେଣ୍ ଏଫିସିଏନ୍ସି ବା DOGE ର ମୁଖ୍ୟ ପଦବୀରେ ରହିଚନ୍ତି। ସେ ସରକାରୀ ବଜେଟ୍‌ରେ କାଟ ପାଇଁ କଡା ନିଷ୍ପତ୍ତି ନେଇଥିଲେ। କିନ୍ତୁ ନା ଏହାକୁ ସିନେଟ୍‌ରେ ମଞ୍ଜୁରୀ ମିଳିଲା ନା ତାଙ୍କ ପାଖରେ କୌଣସି ସମ୍ବିଧାନିକ ଅଧିକାର ରହିଛି। ଏହାପରେ ବି ଯେ ଟ୍ରମ୍ପଙ୍କ ଟିମ୍‌ରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। 

ଯଦିଓ ଗତ କିଛି ଦିନ ଧରି ଏହା ଖବର ଥିଲା ଯେ, ମସ୍କ ଖୁବ୍ ଶୀଘ୍ର ଟ୍ରମ୍ପଙ୍କ ଟିମ୍‌ଠାରୁ ନିଜକୁ ଦୂରେଇ ରଖିବାକୁ ଚାହାନ୍ତି। ଏବେ କିନ୍ତୁ ଏହାର ଔପଚାରିକ ଘୋଷଣା କରିଛନ୍ତି ସେ।   ମସ୍କ କହିଛନ୍ତି, ଏବେ ସେ ନିଜର କମ୍ପାନୀ ଉପରେ ପୁରା ଫୋକସ୍ ରଖିବାକୁ ଚାହାନ୍ତି। ସରକାରଙ୍କ ଖର୍ଚ୍ଚ କାଟ୍ କରିବା ଜରୁରୀ, କିନ୍ତୁ ବର୍ତ୍ତମାନ ଟେସଲାକୁ ମୋର ଦରକାର ଅଛି। ପୂର୍ବଭଳି ଆଉ ସରକାରୀ କାମ ପାଇଁ ଅଧିକ ସମୟ ଦେବା ସମ୍ଭବ ହୋଇପାରିବନି।’ ନିକଟରେ ଟେସଲାର ସେୟାର ଦ୍ରୁତ ଗତିରେ ହ୍ରାସ ପାଇଛି। ଇଲୋକ୍ଟେ୍ରାନିକ୍ସ ବାହାନ ସେକ୍ଟରରେ ବଢୁଥିବା ପ୍ରତିଯୋଗିତା ଓ ମାର୍କେଟରେ କମ୍ପାନୀର ସ୍ଥିତି ଡାଉନ୍ ହେବାପରେ ମସ୍କଙ୍କ ଚିନ୍ତା ବଢିଯାଇଛି।  ଏବେ ପୁରା ଶକ୍ତି ଟେସଲା ଉପରେ ଲଗାଇବାକୁ ପଡିବ। ନଚେତ ଏହି କମ୍ପାନୀ ମଧ୍ୟ ଟ୍ବିଟର ଭଳି ବିବାଦରେ ଘେରି ହୋଇଯିବ। ଏଲନ୍ ମସ୍କଙ୍କ ଏହି ନିଷ୍ପତ୍ତି ପରେ ସେପଟେ ଟ୍ରମ୍ପ ପ୍ରଶାସନ ମଧ୍ୟ ନିଜର କ୍ଷମତା ଫେରାଇନେବାକୁ ପ୍ରସ୍ତୁତ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.