ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମହାକୁମ୍ଭ ମେଳାକୁ ଆସିବେ ଏଲନ ମସ୍କ, ନିମନ୍ତ୍ରଣ କଲେ ଲେଖକ ଅମିଶ ତ୍ରିପାଠୀ

Published By : Prameya | January 19, 2025 10:37 AM

ନୂଆଦିଲ୍ଲୀ ୧୯/୦୧: ବିଶ୍ୱର ସର୍ବବୃହତ ଆଧ୍ୟାତ୍ମିକ ସଙ୍ଗମ ମହାକୁମ୍ଭ ମେଳାକୁ  ଆସିବେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ । ଭାରତର ଲୋକପ୍ରିୟ ଲେଖକ ଅମିଶ ତ୍ରିପାଠୀ ମସ୍କଙ୍କୁ ଏହି ପବିତ୍ର ମେଳାକୁ ନିମନ୍ତ୍ରଣ କରିଛନ୍ତି । 

ସୋସିଆଲ  ମିଡିଆ ପ୍ଲାଟ୍‌ଫର୍ମ ଏକ୍ସରେ ଏହି ଖବର ଶେୟାର କରି  ଅମିଶ ଲେଖିଛନ୍ତି ‘ମନୋଜ ଲଦ୍‌ୱାଙ୍କ ଦ୍ୱାରା ଆୟୋଜିତ  ଏକ କାର୍ଯ୍ୟକ୍ରମରେ ଏଲନ୍‌ ମସ୍କଙ୍କ ସହ ଉତ୍ସାହବର୍ଦ୍ଧକ  ସମୟ ବିତିଲା । ଆମେ ଆଧ୍ୟାତ୍ମିକତାଠୁ ଆରମ୍ଭ କରି ଚେତନା, ଅନ୍ୟ ଗ୍ରହକୁ ଯାତ୍ରା, ଆର୍ଥିକ ନୀତି,  ଇଞ୍ଜିନିୟରିଙ୍ଗ ଭଳି ଅନେକ ବିଷୟ ଉପରେ ଆଲୋଚନା  କଲୁ । ମସ୍କଙ୍କୁ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ  ମେଳାକୁ ନିମନ୍ତ୍ରଣ କରିଛୁ । ଆଶା କରୁଛୁ ସେ ଆସିବେ ।’ ମନୋଜ ଲଦ୍‌ୱା ଜଣେ ବହୁ ପରିଚିତ ଭାରତୀୟ-ବ୍ରିଟିଶ ଉଦ୍ୟମୀ ଓ ଇଣ୍ଡିଆନ୍‌ ଗ୍ଲୋବାଲ ଫୋରମ୍‌ର  ପ୍ରତିଷ୍ଠାତା । ଏ ଧରଣର ପ୍ରଥମ ବୈଠକର ସେ  ଆୟୋଜନ କରିଥିଲେ, ଯେଉଁଥିରେ ମସ୍କ ଟେକ୍ସାସ  ସ୍ଥିତ ସ୍ପେସ୍‌ଏକ୍ସର ଷ୍ଟାର୍‌ବେସ୍‌ ଫାସିଲିଟିରେ ଅଗ୍ରଣି  ଭାରତୀୟ ଉଦ୍ୟୋଗୀମାନଙ୍କର ପ୍ରତିନିଧିଙ୍କୁ ସମ୍ବୋଧିତ  କରିଥିଲେ । ଏହି ବୈଠକ ମାଧ୍ୟମରେ ଭାରତୀୟ  ଉଦ୍ୟୋଗୀମାନେ ମସ୍କଙ୍କ ସହ ଆଲୋଚନାର ବିରଳ  ସୁଯୋଗ ପାଇଥିଲେ ଏବଂ ଅତ୍ୟାଧୁନିକ ମହାକାଶ  ଅନ୍ୱେଷଣ କେନ୍ଦ୍ର ବିଷୟରେ ଜାଣିବାକୁ ପାଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.