ନୂଆଦିଲ୍ଲୀ,୧୧।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଟେସଲା ସିଇଓ ଏଲୋନ ମସ୍କ ଗତ କିଛି ଦିନ ଧରି ପରସ୍ପର ବିରୁଦ୍ଧରେ ଖୋଲାଖୋଲି କଥା କହୁଛନ୍ତି। ଏଲୋନ ମସ୍କ ମଧ୍ୟ ଟ୍ରମ୍ପଙ୍କ ବିରୋଧରେ ସୋସିଆଲ ମିଡିଆ ପୋଷ୍ଟ ସେୟାର କରିଥିଲେ, କିନ୍ତୁ ଏବେ ସେ କ୍ଷମା ପ୍ରାର୍ଥନା କରୁଥିବା ମନୋଭାବରେ ଦେଖାଯାଉଛି। ଏଲୋନ ମସ୍କ ‘ଏକ୍ସ’ ରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, ଯାହା ହେଲା ତାହା ଅତ୍ୟଧିକ ଥିଲା। କାରଣ ମସ୍କ ଏକ ପୋଷ୍ଟରେ ଟ୍ରମ୍ପଙ୍କୁ ସମାଲୋଚନା କରି କହିଥିଲେ, ମୋ ବିନା ସେ ନିର୍ବାଚନ ହାରିଯାଇଥାନ୍ତେ।

ଏଲୋନ ମସ୍କ ଏକ୍ସରେ ପୋଷ୍ଟ କରି ପୂର୍ବ ପୋଷ୍ଟ  ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ‘ଗତ ସପ୍ତାହରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଷୟରେ ମୁଁ ଯାହା କିଛି ପୋଷ୍ଟ ସେୟାର କରିଥିଲି ସେଥିପାଇଁ ମୁଁ ଦୁଃଖିତ। ବର୍ତ୍ତମାନ ପରିସ୍ଥିତି ବହୁତ ଆଗକୁ ବଢ଼ିଯାଇଛି।’ ଏଲୋନ ମସ୍କ ସୋସିଆଲ ମିଡିଆ ମାଧ୍ୟମରେ ଟ୍ରମ୍ପଙ୍କ ବିରୁଦ୍ଧରେ ଅନେକ ଗମ୍ଭୀର ଅଭିଯୋଗ ମଧ୍ୟ ଆଣିଥିଲେ। ସେ କହିଥିଲେ ମୋ ବିନା ଟ୍ରମ୍ପ ନିର୍ବାଚନ ହାରିଯାଇଥାନ୍ତେ। 

ଏହା  ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ମସ୍କଙ୍କ କମ୍ପାନୀଗୁଡ଼ିକୁ ଦିଆଯାଇଥିବା ସବସିଡି ଏବଂ ସରକାରୀ ଚୁକ୍ତିନାମା ବାତିଲ କରିବାକୁ ଧମକ ଦେଇଥିଲେ ଟ୍ରମ୍ପ। ସେ ସାର୍ବଜନୀନ ଭାବରେ ନିଜ ନିଜର ମତଭେଦକୁ ସ୍ୱୀକାର କରିଥିଲେ ଏବଂ କହିଥିଲେ, ଏଲୋନ୍ ମସ୍କ ଏବଂ ମୋର ବହୁତ ଭଲ ସମ୍ପର୍କ ଥିଲା। ମୁଁ ଜାଣିନାହିଁ  ଆମର ସମ୍ପର୍କ ଭବିଷ୍ୟତରେ ଭଲ ରହିବ କି ନାହିଁ। ମୁଁ ଏଲୋନ୍ ମସ୍କଙ୍କ ଉପରେ ବହୁତ ନିରାଶ। ମୁଁ ତାଙ୍କୁ ବହୁତ ସାହାଯ୍ୟ କରିଛି।’