ନୂଆଦିଲ୍ଲୀ,୦୭/୦୩: ଟେସଲା ସିଇଓ ଓ ସ୍ପେସଏକ୍ସ ପ୍ରତିଷ୍ଠାତା ଏଲନ ମସ୍କଙ୍କୁ ବଡ଼ ଝଟକା। ମସ୍କ କମ୍ପାନି ସ୍ପେସଏକ୍ସ ଷ୍ଟାରସ୍ପିପ୍ ରକେଟ୍ କ୍ରାସ । ମହାକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି ରକେଟ୍ । ଏହାର ଭଗ୍ନାବଶେଷ ବାହାମାସ ଏବଂ ଫ୍ଲୋରିଡାରେ ପଡ଼ିଥିଲା। ଏହା ସ୍ପେସଏକ୍ସ ଷ୍ଟାରସିପର ୮ମ ପରୀକ୍ଷଣ ଥିବା ବେଳେ ଏହା ବିଫଳ ହୋଇଥିଲା । କାରଣ ରକେଟ୍ ମହାକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେହିପରି ଲଞ୍ଚ ପ୍ୟାଡକୁ ଫେରିବା ସମୟରେ ଏହାର ବୁଷ୍ଟରରେ ମଧ୍ୟ ନିଆଁ ଲାଗିଯାଇଥିଲା।
RIP Starship Flight 8, just caught it exploding after a few engines cut off and it losing attitude control, viewed from Titusville, FL🚀 pic.twitter.com/VBBtApjsd7
— 📸Trevor Mahlmann🚀 (@TrevorMahlmann) March 6, 2025
ଷ୍ଟାରସିପ୍ ରକେଟ୍କୁ ଏପର୍ଯ୍ୟନ୍ତ ସବୁଠାରୁ ଶକ୍ତିଶାଳୀ ରକେଟ୍ ବୋଲି ବିବେଚନା କରାଯାଉଥିଲା । ଯାହାକୁ ମହାକାଶକୁ ଉଡ଼ିବା ଏବଂ ତା’ପରେ ୪ଟି ଡମି ଷ୍ଟାରଲିଙ୍କ୍ ସାଟେଲାଇଟ୍କୁ ମହାକାଶରେ ନିବେଶ କରିବା ସହ ତା’ପରେ ଫେରିବା ପାଇଁ ଡିଜାଇନ୍ କରାଯାଇଥିଲା । କିନ୍ତୁ ଏହାର ଦୁର୍ଘଟଣା ଏଲନ୍ ମସ୍କଙ୍କ ଭବିଷ୍ୟତ ଯୋଜନା ଓ ସ୍ପେସ୍ଏକ୍ସର ଭବିଷ୍ୟତ ପ୍ରକଳ୍ପଗୁଡ଼ିକୁ ଏକ ଶକ୍ତ ଧକ୍କା ଦେଇଛି। ୮ମ ପରୀକ୍ଷଣ ସମୟରେ, ଷ୍ଟାରସିପ୍ ରକେଟ୍ ମହାକାଶକୁ ଉତକ୍ଷେପଣ କରିବା ପରେ ଫେରିଥିବା ସୁପର ହେଭି ବୁଷ୍ଟରରେ ମଧ୍ୟ ନିଆଁ ଲାଗିଯାଇଥିଲା । କିନ୍ତୁ ବୁଷ୍ଟବ୍ୟାକ୍ ଜଳିବା ପରେ, ଟେକ୍ସାସର ଷ୍ଟାରବେସରେ ନିର୍ମିତ ମେକ୍ସିଲା ନାମକ ଏକ ଲଞ୍ଚପ୍ୟାଡ୍ ଏହାକୁ ସଫଳତାର ସହ ଧରିପାରିଥିଲା । ନଚେତ୍ ଏହା ଦୁର୍ଘଟଣାଗ୍ରସ୍ତ ମଧ୍ୟ ହୋଇଥାନ୍ତା।
ଏହା ମଧ୍ୟ ପଢନ୍ତୁ- ନୂଆ ଇମିଗ୍ରେସନ ଆଇନର ଦ୍ୱନ୍ଦ୍ୱ: ଆମେରିକାରେ ରହିବାକୁ ଆଉ ମିଳିବନି ଅନୁମତି, ସେଲ୍ଫ ଡିପୋର୍ଟେନରେ ଭାରତକୁ ପଠାଇ ଦିଆଯିବ
ଭାରତୀୟ ସମୟ ଅନୁସାରେ ଆଜି ୭ ମାର୍ଚ୍ଚ ସକାଳ ୫ଟାରେ ଟେକ୍ସାସର ବୋକା ଚିକାରୁ ଷ୍ଟାରସିପ୍ ରକେଟ୍ ଉତକ୍ଷେପଣ କରାଯାଇଥିଲା। ଲଞ୍ଚ ହେବାର ମାତ୍ର ୭ ମିନିଟ୍ ପରେ, ରକେଟର ବୁଷ୍ଟର ଲଞ୍ଚ ପ୍ୟାଡକୁ ଫେରି ଆସିଲା। କିନ୍ତୁ ୮ ମିନିଟ୍ ପରେ, ରକେଟ୍ ଉପର ଭାଗରେ ଲାଗିଥିବା ୬ ଟି ଇଞ୍ଜିନ ମଧ୍ୟରୁ ୪ଟି କାମ କରିବା ବନ୍ଦ କରିଦେଲା । ଯାହା ଫଳରେ ରକେଟ୍ ନିୟନ୍ତ୍ରଣ ହରାଇଲା। ଏହାର ସ୍ୱୟଂଚାଳିତ ଅବରଟ ସିଷ୍ଟମ ସକ୍ରିୟ ହେଲା ଓ ରକେଟଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପ୍ରକାଶ ଥାଉକି, ଜାନୁଆରୀ ୧୭ ତାରିଖରେ ମଧ୍ୟ ୭ମ ପ୍ରକଳ୍ପ ବିଫଳ ହୋଇଥିଲା।