ପ୍ରମୂଖ ଖବର
  • ଭାରତ ସମର୍ଥନରେ ବାହାରିଲା ଚୀନ୍, ଟ୍ରମ୍ପଙ୍କ ଟାରିଫକୁ ନେଇ ଆମେରିକା ଉପରେ ବର୍ଷିଲା
  • ||
  • କୁଜଙ୍ଗ କୋଠିଆସାହି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା , ହାଇଓ୍ବା ମାଡିଯିବାରୁ ବାପା-ଝିଅ ମୃତ
  • ||
  • ରାୟଗଡ଼ା : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ
  • ||
  • ବଲାଙ୍ଗୀର : ଜାମପଡା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ
  • ||
  • ରାଜସ୍ଥାନରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ଼
  • ||
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ଟଙ୍କା ପାଇଁ କିଛି ବି କରିବ X ? ସେକ୍ସଟୋର୍ସନର ନୂଆ ହତିଆର ହୋଇପାରେ ‘ଗୋର୍କ’ ର ସ୍ପାଇସି ମୋଡ୍ ଫିଚର

Published By : Harapriya Biswal | August 7, 2025 4:32 PM

ନୂଆଦିଲ୍ଲୀ,୭।୮: ଏଲନ୍ ମସ୍କଙ୍କ ଏଆଇ କମ୍ପାନୀର ଏକ ଫିଚରକୁ ନେଇ ଏବେ ସୋସିଆଲ ମିଡିଆରେ ବଢିଲା ବିବାଦ। ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହା ଯୋଗୁଁ ଦେଶରେ ଅଡଲ୍ଟ କଣ୍ଟେଣ୍ଟ ବଢିବ ଓ ସେକ୍ସଟୋର୍ସନ ଭଳି କ୍ରାଇମ୍ ବଢିବ। କେବଳ ଏକ ଫଟୋରୁ xAI ର ଏହି ଫିଚର କାହାର ବି ଅଶ୍ଲୀଳ ଫଟୋ ତିଆରି କରିଦେବ। 

Grok AI ଉପରେ ଏହି ଫିଚରକୁ  Spicy Mode ନାଁ ଦେଇଛି, ଯାହାକି ଆସିବା ମାତ୍ରେ ବହୁ ଲୋକଙ୍କ ଚିନ୍ତା ବଢାଇ ଦେଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏହି ଫିଚର ଉପଲବ୍ଧ କରାଯାଇଛି। ଏଥିପାଇଁ ମାସକୁ ୭୦୦ ଟଙ୍କା ସବସ୍କ୍ରିପସନ୍‌ ଚାର୍ଜ ଦେବାକୁ ପଡିବ। ଏତିକି ଟଙ୍କାରେ ପେଡ୍ ସବସ୍କ୍ରିପସନ୍ ମିଳିଥାଏ। Spicy Mode ପ୍ରକୃତରେ Grok Imagine ଫିଚରର ଅଂଶ। ଏହା ଏକ AI ପାଓ୍ବାର୍ଡ ଇମେଜ ଓ ଭିଡିଓ ଜେନେରେସନ୍‌ ଟୁଲ। ଏହି ଫିଚର  SuperGrok କିମ୍ବା X ପ୍ରିମିୟମ + ସବସ୍କ୍ରିପସନ୍‌ ସହ  iOS ଆପ୍‌ରେ ଦିଆଯାଇଛି। Grokର Spicy Mode ଫିଚରକୁ ନେଇ ଉଠୁଥିବା ଚିନ୍ତା ବି ସ୍ବାଭାବିକ। 

ଏହି ଫିଚର ସାହାଯ୍ୟରେ ୟୁଜର୍ସ ନା କେବଳ ପ୍ରମ୍ପଟ ଦେଇ ଆଡଲ୍ଟ କଣ୍ଟେଣ୍ଟ ତିଆରି କରିବାର ସୁବିଧା ପାଇବେ ବଂର କୌଣସି ପୁରୁଣା ଫଟୋ କିମ୍ବା ଅନ୍ୟ ବ୍ୟକ୍ତିଙ୍କ ଫଟୋକୁ ମଧ୍ୟ ଭୁଲ ଭାବରେ ବ୍ୟବହାର କରିପାରିବ। ଗତ ବର୍ଷ Deepfake ଫଟୋ ଓ ଭିଡିଓ କାରଣରୁ ବହୁ ଲୋକଙ୍କୁ ଚିନ୍ତାର ସାମନା କରିବାକୁ ପଡିଥିଲା। ଏପରିକି ଏହି ମାମଲା ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ପହଁଞ୍ଚି ଯାଇଥିଲା। ସେଥିରେ ରଶ୍ମିକା ମନ୍ଦାନାଙ୍କ ଏକ ଫେକ୍ ଭିଡିଓ ଖୁବ୍ ଚର୍ଚ୍ଚାରେ ଥିଲା। ଭାରତରେ Grok ର Spicy Mode ରହିଛି। କିନ୍ତୁ ଏହାର ବ୍ୟବହାର କିଛି ସର୍ତ୍ତ ସହିତ କରିବାକୁ ହେବ । ଯଦି କୌଣସି ବ୍ୟକ୍ତି Spicy Mode ସାହାର୍ଯ୍ୟରେ କୌଣସି ଝିଅର ଫଟୋ ଅପଲୋଡ୍ କରନ୍ତି ଓ ଏହାକୁ Spicy Modeରେ କନଭର୍ଟ କରିବାକୁ କହିଥାଏ ତେବେ ଏହା ସମ୍ପୂର୍ଣ୍ଣ ଭାବରେ ବେଆଇନ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.