ନୂଆଦିଲ୍ଲୀ,୮/୫ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ଧିରେ ଧିରେ ବଢିଚାଲିଛି । ଅପରେସନ ସିନ୍ଦୂର ପରେ ପାକିସ୍ତାନ ସୀମା ଉପରେ ବାରମ୍ବାର ଫାଇରିଂ କରିବାରେ ଲାଗିଛି । ଯେଉଁଥିରେ ୧୬ଲୋକଙ୍କ ଜୀବନ ଚାଲିଯାଇଛି । ଖାଲି ଏତିକି ନୁହେଁ ପାକିସ୍ତାନ ଭାରତର ୧୫ସେନ୍ୟ ଟିକଣା ଉପରେ ଟାର୍ଗେଟ କରିବାକୁ ପ୍ରୟାସ କରିଛି, ଯାହାକୁ ଭାରତୀୟ ସେନା ପଣ୍ଡ କରିଦେଇଛି । ଭାରତୀୟ ସେନା ପକ୍ଷରୁ କୁହାଯାଇଛି କି ସେ ପାକିସ୍ତାନର ଲାହୋରରେ ଥିବା ଏୟାର ଡିମ୍ଫେନ୍ସ ସିଷ୍ଟମକୁ ନଷ୍ଟ କରାଯାଇଛି । ଏହି ବିପର୍ଯ୍ୟୟ ପରେ ପାକିସ୍ତାନ ଉତ୍ତେଜିତ ହୋଇଯାଇଛି ଫଳରେ ଏବେ ଦୁଇ ଦେଶ ମଧ୍ୟରେ ଯୁଦ୍ଧର ସମ୍ଭାବନା ବୃଦ୍ଧି ପାଇଛି।
ମାତ୍ର ଏବେ ପର୍ଯ୍ୟନ୍ତ ପାକିସ୍ତାନ କିମ୍ବା ଭାରତ ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଯୁଦ୍ଧ ଘୋଷଣା କରିନାହାଁନ୍ତି। ଏପରି ପରିସ୍ଥିତିରେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ଯୁଦ୍ଧ ଆରମ୍ଭ ହେବା ମାତ୍ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯିବ କି ? ଆସନ୍ତୁ ଜାଣିବା ଜରୁରୀକାଳୀନ ପରିସ୍ଥିତି ସମ୍ବନ୍ଧୀୟ ନିୟମ କ’ଣ ରହିଛି ? ଯୁଦ୍ଧ ଘୋଷଣା ହେବା ମାତ୍ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଯାଏ କି ? ଏହି ସମୟରେ ପୋଲିସ କିପରି କାମ କରେ, ଏହାର କ୍ଷମତା କ’ଣ ?
ଯଦି ଆମେ ନଜର ପକାଇବା ତେବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉଭୟ ପାର୍ଶ୍ୱରେ ଉତ୍ତେଜନା ରହିଛି। ପାକିସ୍ତାନ ଭାରତର ସୀମାବର୍ତ୍ତୀ ଅଞ୍ଚଳରେ ଲଗାତର ଗୁଳିମାଡ଼ କରୁଛି ଏବଂ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛି। ଏଠାରେ ଭାରତ ପକ୍ଷରୁ ମଧ୍ୟ ପାକିସ୍ତାନକୁ ଜବାବ ଦିଆଯାଉଛି। ଭାରତ ସ୍ପଷ୍ଟ କରିଦେଇଛି ଯେ ଯଦି ପାକିସ୍ତାନ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ତେବେ ଭାରତ ପଛକୁ ହଟିବ ନାହିଁ ଏବଂ ଏହାର ଜବାବ ଦେବ।
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯୁଦ୍ଧ ଆରମ୍ଭ ହେବା ମାତ୍ରେ କ’ଣ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଯାଏ ଏବଂ ଲୋକଙ୍କ ଅଧିକାର ସୀମିତ ହୋଇଯାଏ ? ଉତ୍ତର ହେଉଛି-ନା। ଯୁଦ୍ଧ ଆରମ୍ଭ ହେବା ମାତ୍ରେ ଦେଶରେ କୌଣସି ଜରୁରୀକାଳୀନ ନିୟମ ନାହିଁ। ତଥାପି, ଯଦି କୌଣସି ଦେଶରେ ଯୁଦ୍ଧ ସମୟରେ ପରିସ୍ଥିତି ଖରାପ ହୁଏ, ତେବେ ରାଷ୍ଟ୍ରପତି କିମ୍ବା ରାଷ୍ଟ୍ରମୁଖ୍ୟଙ୍କ ଦ୍ୱାରା ପୃଥକ ଭାବରେ ଘୋଷଣା କରାଯାଏ। ସାଧାରଣତଃ ଏହା ଏଥିପାଇଁ କରାଯାଏ ଯେ ଦେଶ ଶତ୍ରୁ ଦେଶ ବିରୁଦ୍ଧରେ ତାର ସମସ୍ତ ସମ୍ବଳ ବ୍ୟବହାର କରିପାରିବ ଏବଂ ସରକାର ଦେଶର ସମସ୍ତ ସମ୍ବଳ ଉପରେ ନିୟନ୍ତ୍ରଣ ରଖିପାରିବେ। ଏହି ସମୟ ମଧ୍ୟରେ ସାଧାରଣ ନାଗରିକଙ୍କ ଅଧିକାର ସୀମିତ। ଏହି ପରିସ୍ଥିତିରେ, ପୋଲିସର କ୍ଷମତା ମଧ୍ୟ ବୃଦ୍ଧି ପାଏ ଏବଂ ପ୍ରତିବାଦ କରିବା କିମ୍ବା କୌଣସି ସରକାର ବିରୋଧୀ କାର୍ଯ୍ୟକଳାପ କରିବା ପାଇଁ ନାଗରିକମାନଙ୍କୁ ଗିରଫ ମଧ୍ୟ କରାଯାଇପାରିବ। କେବଳ ଏତିକି ନୁହେଁ, ଆବଶ୍ୟକ ହେଲେ, ସେନା ସାଧାରଣ ଲୋକଙ୍କ ସେବା ମଧ୍ୟ ନେଇପାରିବ ଏବଂ ସେମାନଙ୍କ ସମ୍ବଳକୁ ମଧ୍ୟ ବ୍ୟବହାର କରିପାରିବ।