ପ୍ରମୂଖ ଖବର
  • ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ପତ୍ର
  • ||
  • କଂଗ୍ରେସ ସଂକଳ୍ପ ସମାବେଶ ଯାତ୍ରା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ
  • ||
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

ପଞ୍ଜାବରେ ପ୍ରଦର୍ଶିତ ହେଲାନି କଙ୍ଗନାଙ୍କ ‘ଏମର୍ଜେନ୍ସି’, ପିଭିଆର୍‌ର ୮୦ ଥିଏଟରରେ ଅଟକିଲା ଶୋ’

Published By : Prameya | January 18, 2025 8:44 AM

ଅମୃତସର ୧୮/୦୧: ବଲିଉଡ୍‌ ଅଭିନେତ୍ରୀ ଓ ହିମାଚଳପ୍ରଦେଶର ମଣ୍ଡିରୁ ବିଜେପି ସାଂସଦ କଙ୍ଗନା ରାଣାୱତ୍‌ଙ୍କ ଫିଲ୍ମ ‘ଏମର୍ଜେନ୍ସି’ ଶୁକ୍ରବାର ରିଲିଜ୍‌ ହୋଇଛି । ଫିଲ୍ମ ରିଲିଜ ହେବା ପୂର୍ବରୁ ଅନେକ ବିବାଦ ଦେଖାଦେଇଥିଲା । ସେନ୍ସର ସାର୍ଟିଫିକେଟ୍ ପାଇବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ଏପରିକି କୋର୍ଟର ଚକ୍କର କାଟିବାକୁ ପଡିଥିଲା। ତେବେ ‘ଏମର୍ଜେନ୍ସି’ ରିଲିଜ୍‌ ହେରବା ପରେ ବି ପୁଣି ବିବାଦ ଦେଖାଦେଇଛି।

ଫିଲ୍ମ ରିଲିଜ୍‌ର ପ୍ରଥମ ଦିନରେ ହିଁ ପଞ୍ଜାବରେ ଶିଖ୍‌ ସଂଗଠନଗୁଡି଼କ ଏହାକୁ ବିରୋଧ କରିଛନ୍ତି । ଅମୃତସର, ଜଳନ୍ଧର, ଲୁଧିଆନା ଓ ମୋହାଲିରେ ଥିଏଟର ବାହାରେ ଶିଖ୍‌ ସଂଗଠନଗୁଡ଼ିକର ସଦସ୍ୟ କଳା ପତାକା ନେଇ ବିରୋଧ ପ୍ରଦର୍ଶନ କରିଥିଲେ । ସେଥିଯୋଗୁ ରାଜ୍ୟର କୌଣସି ଥିଏଟରରେ ଫିଲ୍ମ ପ୍ରଦର୍ଶନ ହୋଇନାହିଁ । ପିଭିଆର୍‌ ଗ୍ରୁପ୍‌ର ୭୦- ୮୦ଟି ଥିଏଟରରେ ଫିଲ୍ମ ପ୍ରଦର୍ଶନ ହେବାର ଥିଲା । କିନ୍ତୁ ବିରୋଧ ପରେ ଶୋ’ ବନ୍ଦ ହୋଇଛି ।

ଜଣେ ଆଇନ ଛାତ୍ରଙ୍କ ପକ୍ଷରୁ କଙ୍ଗନାଙ୍କୁ ଆଇନଗତ ନୋଟିସ୍‌ ପଠାଯାଇଛି । ସେଥିରେ ତାଙ୍କୁ ୫ ଦିନ ମଧ୍ୟରେ ପୂରା ପଞ୍ଜାବ ଓ ଶିଖ୍‌ ସଂପ୍ରଦାୟକୁ କ୍ଷମା ମାଗିବାକୁ କୁହାଯାଇଛି । ଯଦି ସେ ନୋଟିସ୍‌ର ଜବାବ ନ ଦେବେ ତେବେ ଏହି ମାମଲାରେ ଆଇନର ଆଶ୍ରୟ ନିଆଯିବ । ଏ ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି କଙ୍ଗନା ରାଣାୱତ୍‌ କହିଛନ୍ତି, ଏହା ସଂପୂର୍ଣ୍ଣ ଭାବରେ କଳା ଓ କଳାକାରଙ୍କ ଉତ୍ପୀଡ଼ନ । ତାଙ୍କର ଭାବମୂର୍ତ୍ତିକୁ ଖରାପ କରିବା ଓ ଫିଲ୍ମକୁ କ୍ଷତି ପହଞ୍ଚାଇବା ଲାଗି ଏହା କେବଳ ଦୁଷ୍ପ୍ରଚାର । ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି(ଏସ୍‌ଜିପିସି) ‘ଏର୍ମଜେନ୍ସି’ରେ ଐତିହାସିକ ତଥ୍ୟକୁ ଭୁଲ୍‌ ଭାବେ ପ୍ରଦର୍ଶନ ଓ ଶିଖ୍‌ ସଂପ୍ରଦାୟର ଭାବନାକୁ ଆଘାତ ପହଞ୍ଚାଯିବାର ଅଭିଯୋଗ ଆଣିଛି । ଏସ୍‌ଜିପିସିର ଅଭିଯୋଗ ପରେ ହିଁ ଶିଖ୍‌ ସଂଗଠନଗୁଡ଼ିକ ପିଭିଆର୍‌ ସିନେମା ବାହାରେ ପ୍ରଦର୍ଶନ ଆରମ୍ଭ କରିଥିଲେ ।

 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.