ଭୁବନେଶ୍ୱର, ୧୯।୧୨ : କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତି, ବିଶିଷ୍ଟ କବି, ନାଗରିକ, ଶିକ୍ଷାବିତ, ପୂର୍ବତନ ବରିଷ୍ଠ ସରକାରୀ ଅଧିକାରୀଙ୍କ ଏକ ଦଳ ଶୁକ୍ରବାର ଭୁବନେଶ୍ୱରସ୍ଥିତ ପ୍ରେସ୍ ଇନଫୋରମେସନ୍ ବ୍ୟୁରୋ (ପିଆଇବି) କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ପିଆଇବିର ଅତିରିକ୍ତ ଡିଜି ଅଖିଳ କୁମାର ମିଶ୍ରଙ୍କ ସହିତ ଆଲୋଚନା କରିଥିଲେ।ଭାରତ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ସାହିତ୍ୟ ଏବଂ ସୃଜନଶୀଳ ଅଭିବ୍ୟକ୍ତିର ଭୂମିକା ଉପରେ ଗୁରୁତ୍ବାରୋପ କରାଯାଇଥିଲା।

ସାହିତ୍ୟ, କବିତା ଏବଂ ଆଞ୍ଚଳିକ ଭାଷାଗୁଡ଼ିକ କିପରି ଜନସଚେତନତା ଏବଂ ସାମାଜିକ ସଂହତି ବୃଦ୍ଧି କରିବାରେ ଏକ ଶକ୍ତିଶାଳୀ ଉପକରଣ ଭାବରେ କାର୍ଯ୍ୟ କରିପାରିବେ ସେ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ଏଡିଜି କ୍ଷେତ୍ର ପ୍ରାମାଣିକ ସୂଚନା ପ୍ରସାରଣରେ ପିଆଇବିର ଭୂମିକା ଉପରେ ଆଲୋକପାତ କରିଥିଲେ । ଜନସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଲେଖକ ଏବଂ ବିଦ୍ୱାନମାନଙ୍କ ସୃଜନଶୀଳ ଅବଦାନକୁ ସ୍ୱାଗତ କରିଥିଲେ।