ରାୟପୁର,୦୫/୦୧: ସୁରକ୍ଷାକର୍ମୀଙ୍କୁ ସଫଳତା । ଛତିଶଗଡ ଅବୁଝମାଡ ଜଙ୍ଗଲରେ ବଡ ଧରଣର ଏନକାଉଣ୍ଟର ହୋଇଛି  । ଏଥିରେ ୪ ନକ୍ସଲଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ମାଓବାଦୀଙ୍କ ପାଲଟା ଜବାବରେ ଜଣେ କନଷ୍ଟେବଳ ସହିଦ ହୋଇଛନ୍ତି । ଘଟଣାସ୍ଥଳରୁ ଏକ ୪୭ ସହ ବିପୁଳ ମାଓ ବିସ୍ଫୋକର ଜବତ ହୋଇଛି । ଏବେ ବି ଗୁଳି ବିନିମୟ ଜାରି ରହି ଥିବା ସୂଚନା ମିଳିଛି ।

ନକ୍ସଲ ଦମନ ଅଭିଯାନରେ ଛତିଶଗଡ ଅବୁଝମାଡରେ ଅପରେସନ ଆରମ୍ଭ ହୋଇଥିଲା । ଗତକାଲି (ଶନିବାର) ସଂନ୍ଧ୍ୟାରୁ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଏଥିରେ ୪ ଜିଲ୍ଲାର ଡିଆରଜି ଏବଂ ଏସଟିଏଫ ସାମିଲ ହୋଇଥିଲେ । ଦୀର୍ଘ ସମୟର ଗୁଳି ବିନିମୟ ପରେ ସୁରକ୍ଷାର୍ମୀଙ୍କୁ ବଡ ସଫଳତା ମିଳିଛି । ୪ ନକ୍ସଲଙ୍କୁ ନିପାତ କରିଛି ସୁରକ୍ଷାକର୍ମୀ ।

ବସ୍ତର ଆଇଜି ପି ସୁନ୍ଦରରାଜଙ୍କ ସୂଚନା ଅନୁସାରେ ବର୍ତ୍ତମାନ ଏନକାଉଣ୍ଟର ଜାରି ରହିଛି । ୪ ମାଓବାଦୀ ନିପାତ ହୋଇଛନ୍ତି । ନକ୍ସଲଙ୍କ ପାଲଟା ଆକ୍ରମଣରେ ଦନ୍ତେୱାଡା ଡିଆରଜି ହେଡ କନଷ୍ଟେବଳ ସାନୁ କରମ ସହୀଦ ହୋଇଛନ୍ତି । ଘଟଣାସ୍ଥଳରୁ  ଏକ ୪୭ ସହ ବିପୁଳ ମାଓ ବିସ୍ଫୋକର ଜବତ ହୋଇଛି । 

ନକ୍ସଲଙ୍କ ଗତିବିଧି ବଢିଥିବା ନେଇ ଗୁଇନ୍ଦା ବିଭାଗରୁ ସୂଚନା ମିଳିବା ପରେ ଅପରେସନକୁ ଜୋରଦାର କରିଥିଲେ ସୁରକ୍ଷାକର୍ମୀ । ଗତବର୍ଷ ଡିସେମ୍ବର ୧ ତାରିଖରେ ଏକ ଏନକାଉଣ୍ଟର ହୋଇଥିଲା । ତେଲେଙ୍ଗାନାର ମୁଲୁଗୁ ଜିଲ୍ଲା ଏତୁରଙ୍ଗାରମ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଯେଉଁଥିରେ ୭ ମାଓବାଦୀ ନିପାତ ହୋଇଥିଲେ ।