ପ୍ରମୁଖ ଖବର
  • ଇଓଡବ୍ଲ୍ୟୁ ପଞ୍ଝାରେ ୨ କୁଖ୍ୟାତ କ୍ରିପ୍ଟୋ ଠକ, ୧୫ କୋଟି ଟଙ୍କାର ଠକେଇ ଅଭିଯୋଗ
  • ||
  • ସ୍ଵାମୀ ସରୋଜଙ୍କ ସହ ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ, ବିଜେଡିରୁ ଦେଇଥିଲେ ଇସ୍ତଫା
  • ||
  • ମେ ୩୧ରେ ଆସିବ ‘ମିଷ୍ଟର ଆଣ୍ଡ ମିସେସ୍‌ ମାହି’, ଦେଖିବାକୁ ମିଳିବ ରାଜକୁମାର-ଜାହ୍ନବୀଙ୍କ ଜବରଦସ୍ତ କେମେଷ୍ଟ୍ରି
  • ||
  • ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ଼: ଟ୍ୱିନ୍‌ ସିଟିରେ ଆଳୁ କିଲୋ ୩୦ ଟଙ୍କା, ସପ୍ତାହକରେ ୮ ଟଙ୍କା ବଢ଼ିଲାଣି
  • ||
  • ପ୍ଲାଷ୍ଟିକ ବଜାରକୁ ନେଇ ବିବାଦ: ଆଜି ୧୨ ସଂଘ-ବିଏମ୍‌ସି ବୈଠକ
  • ||
  • ସୋମବାର ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ଉତ୍ସବ, ମଙ୍ଗଳବାର ଶ୍ରୀଜିଉଙ୍କ ରଥଯାତ୍ରା
  • ||
  • ପାରାଦୀପରେ ୬୧ ଦିନ ଯାଏଁ ମାଛଧରା ବନ୍ଦ, ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ
  • ||
  • ଓଡ଼ିଶାରେ ମୋଦି ନୁହେଁ, ‘ନବୀନ ଗ୍ୟାରେଣ୍ଟି’: ଚାଲିଛି ମତାମତ ସଂଗ୍ରହ, ଖୁବ୍‌ଶୀଘ୍ର ବିଜେଡିର ଇସ୍ତାହାର
  • ||
  • IPL 2024: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ଟକ୍କର, ରୟାଲର କ୍ଲାସେନ ଭୟ
  • ||
  • ରାଜ୍ୟରେ ପୁଣି ପ୍ରଚଣ୍ଡ ତାତି, ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ପାରଦ: ୧୮ ଯାଏ ଭୀଷଣ ଗ୍ରୀଷ୍ମପ୍ରବାହ
  • ||

କାଙ୍କେର ଜିଲ୍ଲାରେ ଏନକାଉଣ୍ଟର : ଜଣେ ଯବାନ ଶହୀଦ, ଜଣେ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି, ୦୪/୦୩ : ମାଲକାନଗିରି ଛତିଶଗଡ଼ ସୀମାନ୍ତ କାଙ୍କେର ଜିଲ୍ଲାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ଯବାନଙ୍କ ଗୁଳିରେ ଟଳିଲେ ଜଣେ ହାର୍ଡକୋର ମାଓବାଦୀ। ସେହିପରି ନକ୍ସଲପନ୍ଥିଙ୍କ ଗୁଳିରେ ଜଣେ ଜବାନ ଶହୀଦ ହୋଇଛନ୍ତି। 

ସୂଚନାନୁଯାୟୀ, କାଙ୍କେର ଜିଲ୍ଲାର ଛୋଟେ ବେଟିୟା ଥାନା ଅନ୍ତର୍ଗତ ହିନ୍ଦୁଲ ଜଙ୍ଗଲରେ ୪୦ ରୁ ୫୦ ଜଣ ମାଓବାଦୀ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବା ଲାଗି ଯୋଜନା ପ୍ରସ୍ତୁତ କରୁଥିବା ନେଇ ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା। ଏହା ପରେ କାଙ୍କେର ପୋଲିସର ଡିଆରଜି ବାହିନୀ, ବସ୍ତର ଫାଇଟର ଓ ବିଏସଏଫ ବାହିନୀର ଯବାନମାନେ ମିଳିତ ଭାବେ କମ୍ଵିଂ ଅପରେସନ ଆରମ୍ଭ କରିଥିଲେ । ଯବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ। ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ। ଉଭୟ ପକ୍ଷରୁ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିବା ବେଳେ ଘଟଣା ସ୍ଥଳରେ ଜଣେ ହାର୍ଡକୋର ମାଓ ନେତା ପ୍ରାଣ ହରାଇଛନ୍ତି। ତାଙ୍କ ପାଖରୁ ଗୋଟିଏ AK 47 ବନ୍ଧୁକ ମିଳିଥିବା ବେଳେ ଭାରି ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । 

ମୃତ ମାଓବାଦୀ ହେଉଛନ୍ତି ପରତାପୁର ଏରିଆ କମାଣ୍ଡର ନାଗେଶ । ତାଙ୍କ ମୁଣ୍ଡ ଉପରେ ପୁର୍ବରୁ ଛତିଶଗଡ଼ ସରକାର ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ହେଲେ ଦୁଃଖର ବିଷୟ ଏହି ଅପରେସନରେ ଜଣେ ଜବାନ ଶହୀଦ ହୋଇଛନ୍ତି । ଶହୀଦ ଜବାନ ହେଉଛନ୍ତି ବସ୍ତର ଫାଇଟର୍ସର ରମେଶ କୁରେଠି । ବର୍ତ୍ତମାନ ସୁଦ୍ଧା ସମ୍ପୃକ୍ତ ଅଞ୍ଚଳରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି କାଙ୍କେର ଅତିରିକ୍ତ ଏସପି ।

 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.