ଫୁଲବାଣୀ, ୨୨/୨ : ମାଓବାଦୀ-ପୁଲିସ ମୁହାଁମୁହିଁ। କନ୍ଧମାଳ ଜିଲ୍ଲାର ରାଇକିଆ ଥାନା ଅନ୍ତର୍ଗତ କରଡା ଜଙ୍ଗଲରେ ଗୁଳି ବିନିମୟ। ୨ ମାଓବାଦୀ ନିହତ। ସର୍ଚ୍ଚ ଅପରେସନ ଜାରି। ମୃତକଙ୍କ ପରିଚୟ ଅସ୍ପଷ୍ଟ। 

ମାର୍ଚ୍ଚ ସୁଦ୍ଧା ଦେଶକୁ ମାଓମୁକ୍ତ ପାଇଁ ମାଓବାଦୀଙ୍କ ବିରୋଧରେ ନିର୍ଣ୍ଣାୟକ ଲଢେଇ ଜାରି ରହିଛି। କନ୍ଧମାଳ ଜିଲ୍ଲାର ରାଇକିଆ ଥାନା ଅନ୍ତର୍ଗତ କରଡା ଜଙ୍ଗଲରେ ମାଓ ଗତିବିଧି ସୂଚନା ପାଇ ଏସଓଜି ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଏହି ସମୟରେ ଜଙ୍ଗଲରେ ଲୁଚିଥିବା ମାଓବାଦୀମାନେ ଗୁଳି ଚଳାଇଥିଲେ। ସୁରକ୍ଷା ବାହିନୀ ଏହାର ପାଲଟା ଜବାବ ଦେଇଥିଲା। ଏହି ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା କ୍ୟାଡର ଥିବା ଜଣାପଡିଛି। ମୃତ ମାଓବାଦୀଙ୍କ ପରିଚୟ ଜଣା ପଡିନାହିଁ। ଜଙ୍ଗଲରେ ଏବେବି କମ୍ଵିଂ ଅପରେସନ ଜାରି ରହିଛି। 

ଏହି ଖବରଟିକୁ ପଢନ୍ତୁ- କେନ୍ଦ୍ରାପଡ଼ା ଛାତ୍ରୀ ଗଣଦୁଷ୍କର୍ମ ମାମଲା ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ, SOP ଅନୁଯାୟୀ ତଦନ୍ତ କରିବେ ସ୍ବତନ୍ତ୍ର ଟିମ୍