କେନ୍ଦ୍ରାପଡ଼ା ୨୨/୦୨: କେନ୍ଦ୍ରପଡ଼ା ରାଜନଗର ଛାତ୍ରୀ ଗଣଦୁଷ୍କର୍ମ ମାମଲା ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ। ତଦନ୍ତ ଭାର ହାତକୁ ନେଲା କ୍ରାଇମବ୍ରାଞ୍ଚ CAW । SOP ଅନୁଯାୟୀ କାମ କରୁଛି CAW I ନାବାଳିକାଙ୍କ ବୟାନ ରେକର୍ଡ ସହିତ, ଅଡିଓ ଭିଡ଼ିଓ ବି ରେକର୍ଡ କରାଯାଇଛି। ବର୍ତ୍ତମାନ ସୁଦ୍ଧା ମାମଲାରେ ୩ ଶିକ୍ଷକ, ଜଣେ ଶିକ୍ଷୟିତ୍ରୀ, ଜଣେ ପିଅନ ଗିରଫ ହୋଇଛନ୍ତି। ଆବଶ୍ୟକସ୍ଥଳରେ ଅଭିଯୁକ୍ତମାନଙ୍କ ଡିଏନ୍ଏ ଟେଷ୍ଟ କରାଯିବ।
ଏହାଛଡ଼ା ଫିଜିକାଲ ଟେଷ୍ଟ, ମେଡିକାଲ ଟେଷ୍ଟ, ସାଇଣ୍ଟିଫିକ ଇନଭେଷ୍ଟିଗେସନ ସହ ସବୁ ଦିଗରୁ ତଦନ୍ତ ହେବ I ଘଟଣାର କ୍ଲୋଜ୍ ମନିଟର କରାଯିବ I ଅତି ସମ୍ବେଦଶୀଳ ଘଟଣା ହୋଇଥିବାରୁ ଏହାକୁ ସ୍ବାଧୀନ ମାମଲା ହିସାବରେ ନିଆଯାଉଛି I
ଆହୁରି ପଢ଼ନ୍ତୁ :- ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା: ୩ ଶିକ୍ଷକ, ଜଣେ ଶିକ୍ଷୟିତ୍ରୀ, ଜଣେ ପିଅନ ଗିରଫ
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଦେଉଳତରା ଅଞ୍ଚଳର ୧୨ ବର୍ଷ ବୟସର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଉଠିଥିଲା । ଛାତ୍ରୀଙ୍କ ପରିବାର ଶିଶୁ ମଙ୍ଗଳ କମିଟି(ସିଡବ୍ଲୁସି) ନିକଟରେ ଅଭିଯୋଗ କରିବା ପରେ ସିଡବ୍ଲୁସି ତରଫରୁ ଏକ ପ୍ରତିନିଧିମଣ୍ଡଳୀ ସମ୍ପୃକ୍ତ ଘରୋଇ ବିଦ୍ୟାଳୟକୁ ଯାଇ ତଦନ୍ତ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା । ଗଣମାଧ୍ୟମରେ ଏ ନେଇ ଖବର ପ୍ରକାଶ ପାଇବା ପରେ ପୁଲିସ୍ ଆକ୍ସନ ମୋଡ୍କୁ ଓହ୍ଲାଇଛି । ସିଡବ୍ଲୁସିରେ ଅଭିଯୋଗ ଆଧାରରେ ପୁଲିସ ସମ୍ପୃକ୍ତ ସ୍କୁଲର ୩ଜଣ ଶିକ୍ଷକ, ଜଣେ ଶିକ୍ଷୟିତ୍ରୀ ଓ ପିଅନଙ୍କୁ ଉଠାଇ ଆଣିଛି । ବିଦ୍ୟାଳୟର ୩ଜଣ ଶିକ୍ଷକ ଓ ପିଅନଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ରହିଥିବା ବେଳେ ଶିକ୍ଷୟିତ୍ରୀ ସେମାନଙ୍କୁ ସହଯୋଗ କରିଥିଲେ । ପୀଡ଼ିତା ଓ ଗିରଫ ୫ ଅଭିଯୁକ୍ତମାନଙ୍କ ଡାକ୍ତରୀ ମାଇନା କରାଯାଇଛି । ବିଏନ୍ଏସ୍ଏସ୍ର ଧାରା ୧୮୦ ଆଧାରରେ ପୁଲିସ ପୀଡ଼ିତାଙ୍କର ବୟାନ ରେକର୍ଡ କରିଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଛି।