ଭୁବନେଶ୍ୱର,୧୭/୦୨: ରାଜଧାନୀରେ ବଡ଼ ଧରଣର ଏନକାଉଣ୍ଟର୍ । ଆପାର୍ଟମେଣ୍ଟ ଲୁଟେରା ଅର୍ଜୁନ ଅଲାରୀକୁ ଏନକାଉଣ୍ଟର୍ କଲା କମିଶନରେଟ୍ ପୋଲିସ । ଲୁଟ୍ ପାଇଁ ଭୁବନେଶ୍ୱର ଆସିଥିବା ବେଳେ ପୋଲିସ ଗୁଳିରେ ଘାଇଲା ହେଲା ଅର୍ଜୁନ । ପୋଲିସକୁ ଚକମା ଦେଇ ଚମ୍ପଟ ହେଲେ ଆଉ ୫ ଲୁଟେରା । ଭୁବନେଶ୍ୱରର ପୁରୀ କେନାଲ ରୋଡ୍ରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ବିଗତ ଦିନରେ ରାଜଧାନୀରେ ଆତଙ୍କ ଖେଳାଇଥିଲେ ଲୁଟେରା । ବିଭିନ୍ନ ଆପାର୍ଟମେଣ୍ଟରୁ ଲୁଟ୍ କରି ହଜାଇ ଦେଇଥିଲେ ଲୋକଙ୍କ ନିଦ । ସେଥିଲାଗି ଚିନ୍ତାରେ ପଡ଼ିଥିଲା କମିଶନରେଟ୍ ପୋଲିସ । ଲୁଟେରାମାନଙ୍କୁ ଖୋଜି ସେମାନଙ୍କୁ ସାବାଡ଼ କରିବା ପାଇଁ ସମସ୍ତ ଚେଷ୍ଟା ଚଳାଇଥିବା ବେଳେ ପୋଲିସକୁ ମିଳିଲା ସଫଳତା । ଦୁର୍ଦ୍ଦାନ୍ତ ଲୁଟେରା ଅର୍ଜୁନ ଲୁଟ୍ କରିବା ପାଇଁ ଭୁବନେଶ୍ୱର ଆସିଥିବା ବେଳେ ପୁରୀ କେନାଲ ରୋଡ଼ରେ ପୋଲିସକୁ ଦେଖିଥିଲା । ପୋଲିସକୁ ଦେଖି ଗୁଳି ଚଳାଇ ଥିଲା ଅର୍ଜୁନ । ଏହା ଦେଖି ପୋଲିସ ମଧ୍ୟ ପାଲଟା ଆକ୍ରମଣ ଚଲାଇଥିଲା । ପୋଲିସ ଏନକାଉଣ୍ଟର୍ରେ ଘାଇଲା ହେଲା ମୋଷ୍ଟ ୱାଣ୍ଟେଡ୍ ଅର୍ଜୁନ । ଗୁଳି ଅର୍ଜୁନର ବାମ ଗୋଡ଼ରେ ଲାଗିବାରୁ ସେ ଘାଇଲା ହୋଇଥିଲା । ହେଲେ ତା ସହ ଥିବା ଆଉ ୫ ଜଣ ଲୁଟେରା ପୋଲିସକୁ ଚକ୍ମା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଥିଲେ । ଗୁରୁତର ଅର୍ଜୁନକୁ ଚିକିତ୍ସା ପାଇଁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ ଏମ୍ସ ହସ୍ପିଟାଲ ପଠା ଯାଇଛି ।