ସାହାଜପାଲ/ ବୌଦ୍ଧ ସଦର,୦୪/୧୨: ଦ୍ୱିତୀୟ ଦିନର ଜବରଦଖଲ ଉଚ୍ଛେଦ ଜାଗାରେ ଲାଗିଲା ବୁଲ ଡୋଜର । ବୌଦ୍ଧ ସଦର ବ୍ଲକ ତାଳଶରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହାଜପାଲ ଛକରେ କେତେକ ଲୋକ ଜବରଦଖଲ କରି ଦୀର୍ଘବର୍ଷ ହେବ ରହି ଆସୁଥିଲେ। ଜବରଦଖଲ ସ୍ଥାନଗୁଡିକରେ ପ୍ରଶାସନ ଓ ରାଜସ୍ବ ନିରୀକ୍ଷକ, ଜାତୀୟ ରାଜପଥ ବିଭାଗ,ବିଦ୍ୟୁତ ବିଭାଗ,ଦମକଳ ବାହିନୀ ଉପସ୍ଥିତିରେ ଦ୍ୱିତୀୟ ଦିନରେ ଜବର ଦଖଲ ଜାଗାରେ ପ୍ରଶାସନଙ୍କ ବୁଲ ଡୋଜର ଲାଗିଥିବା ଦେଖିବାକୁ ମିଳିଛି।
ଜବରଦଖଲକାରୀ ଜାଗାରୁ ହଟି ନଥିବାରୁ ପ୍ରଶାସନ ଏହି ଜବରଦଖଲ ଉଚ୍ଛେଦ ଜାଗାକୁ ବୌଦ୍ଧ ତହସିଲଦାର ଅନୀତା କୁମାରୀ ସାହୁ,ମାଜିଷ୍ଟେଡ଼ ଦାୟିତ୍ୱରେ ଅତିରିକ୍ତ ତହସିଲଦାର ମହମ୍ମଦ ରୋଜା ରଶୁଲ, କୁମୁଦ ଚନ୍ଦ୍ର ଦଳବେହେରା ଅତିରିକ୍ତ ତହସିଲଦାର, ରାଜସ୍ୱ ନିରୀକ୍ଷକ ଇନ୍ଦ୍ରାଣୀ ଦଣ୍ଡସେନା ଓ ସମସ୍ତ ରାଜସ୍ୱ କର୍ମଚାରୀ, ପୁଲିସ ବିଭାଗ, ଦମକଳ ବାହିନୀ, ବିଦ୍ୟୁତ ବିଭାଗ, ଏନ. ଏଚ ବିଭାଗ ଉପସ୍ଥିତିରେ ଜାତୀୟ ରାଜପଥର ଦୁଇ ପାର୍ଶ୍ୱରେ ଜବର ଦଖଲ ଜାଗାକୁ ବୁଲ ଡୋଜର ଲଗାଇ ମୁକ୍ତ କରାଯାଇଥିବା ଦେଖିବାକୁ ମିଳିଛି।