ଭୁବନେଶ୍ଵର, ୧୮/୦୪ : ଭୁବନେଶ୍ଵର ଭରତପୁର ଅଞ୍ଚଳରେ ଜବରଦଖଲ ଉଚ୍ଛେଦର ଦ୍ଵିତୀୟ ଦିନ। ସାମପୁର ମଉଜାରେ ଥିବା ୬୮ ଏକର ଜବରଦଖଲ ଜମିରୁ କରାଯାଉଛି ଉଚ୍ଛେଦ। ସୁରକ୍ଷା ଦୃଷ୍ଟିରୁ ୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ବିଡିଏ ପକ୍ଷରୁ ସବୁଠାରୁ ବଡ଼ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ପ୍ରଥମ ଦିନରେ ୧୮୭ ଘର ମାଟିରେ ମିଶିଛି। ତୀବ୍ର ଉତ୍ତେଜନା ସତ୍ତ୍ଵେ ବିଡିଏ ଏନ୍ଫୋର୍ସମେଣ୍ଟ ଟିମ୍ ସଫଳତାର ସହ ଏହି ଉଚ୍ଛେଦ କରିଛି ।

ସାମପୁର ମୌଜା ପଣ୍ଡାକୁଦିଆ ଅଞ୍ଚଳରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଡିଏକୁ ୬୮ ଏକର ଜମି ଦିଆଯାଇଥିଲା । ଏଠାରେ ଆଫଡେବଲ୍ ଘର ନିର୍ମାଣ କରାଯାଇଥାନ୍ତା । ହେଲେ ଏହି ଜାଗାକୁ ମାଡ଼ିବସି କିଛି ଦଲାଲ ବିକ୍ରି କରିଦେଇଥିଲେ । ଏହି ଜମିରେ ବେଆଇନ ଭାବେ ଗଢି ଉଠିଥିଲା ପ୍ରାୟ ୮୦୦ରୁ ଅଧିକ ଘର । ଗୁଣ୍ଠେ କି ୨ ଗୁଣ୍ଠ ନୁହେଁ । ୬୮ ଏକର ସରକାରୀ ଜମିକୁ ଜବରଦଖଲ କରିଥିଲେ । ବିଲ୍ଡର ପ୍ଲଟିଂ କଲା ଭଳି ଖଣ୍ଡେ ଖଣ୍ଡେ ଜମିକୁ ୨ରୁ ୩ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ ଜବରଦଖଲକାରୀ । ଲୋକେ ଏହାକୁ କିଣି ୟା ଉପରେ ନିର୍ମାଣ କରିଥିଲେ ଘର । ଶୁକ୍ରବାର ଏହି ସବୁ ବେଆଇନ ଘରକୁ ବିଡିଏ ଭାଙ୍ଗି ମାଟିରେ ମିଶାଇଛି ।

ବିଡିଏ ପକ୍ଷରୁ ନବ ନିର୍ମିତ ପ୍ରାୟ ୧୮୭ ଘରକୁ ଭାଙ୍ଗି ମାଟିରେ ମିଶାଇଯାଇଛି । ଏହା ସହ ୩୧ଟି ପ୍ଲଟରେ ନୂଆ କରି ନିର୍ମାଣ ହେଉଥିବା ଘରକୁ ମଧ୍ୟ ଭଙ୍ଗାଯାଇଛି । ମୋଟ ୬୮ ଏକରରୁ ପ୍ରଥମ ଦିନରେ ୮ ଏକର ଜମି ଜବରଦଖଲ ମୁକ୍ତ ହୋଇଛି । ତେବେ କୋର୍ଟରେ ମାମଲା ଥିବାରୁ ଗତକାଲି ପ୍ରାୟ ୧୦ରୁ ଅଧିକ ଘର ଭଙ୍ଗାଯାଇ ପାରିନଥିଲା । ଆଜି ଏହି ଘର ଗୁଡ଼ିକୁ ଭଙ୍ଗାଯିବ । ସଂପୂର୍ଣ୍ଣ ଉଚ୍ଛେଦ ପରେ ସଙ୍ଗେ ସଙ୍ଗେ ଏହାକୁ ବିଡିଏ ପକ୍ଷରୁ ତାର ବାଡ଼ ବୁଲାଯିବ ।

ଏହି ଖବରଟିକୁ ପଢନ୍ତୁକାକବନ୍ଧ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲା: ଆଜି ମୟୂରଭଞ୍ଜରେ ୧୨ଘଣ୍ଟିଆ ହରତାଳ, ବିଜେଡିର ବନ୍ଦ ଡାକରାରେ କଂଗ୍ରେସର ସମର୍ଥନ