ମେଷ : ତୃତୀୟ ଚନ୍ଦ୍ର ଯୋଗୁ ନୂତନ ଦ୍ରବ୍ୟ କ୍ରୟ କରିପାରିବେ, ଆର୍ଥିକ ଉନ୍ନତି, ଧନପ୍ରାପ୍ତି ଯୋଗ, ମାନସିକ ସ୍ଥିତି ଭଲ ରହିବ, ଆତ୍ମବିଶ୍ୱାସ ବୃଦ୍ଧି ହେବ । ବନ୍ଧୁବାନ୍ଧବଙ୍କ ସାହାଯ୍ୟ ପ୍ରାପ୍ତି, କଥାବାର୍ତ୍ତା ବେଳେ ସାବଧାନ ରହିବେ । ଶରୀର ସୁସ୍ଥ ରହିବ କିନ୍ତୁ ସାମାନ୍ୟ ମୁଣ୍ଡ ବିନ୍ଧା ଦେଖାଦେଇପାରେ । ବୃଥା ଭ୍ରମଣ, ଧାର୍ମିକ କାର୍ଯ୍ୟରେ ଯୋଗଦାନ, ଦୂର ଯାତ୍ରା କରିପାରନ୍ତି । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ ।

ଶୁଭ ରଙ୍ଗ : ସୁନେଲି, ଲାଲ ଏବଂ ନାରଙ୍ଗି ।

ବୃଷ : ଦ୍ୱିତୀୟ ଚନ୍ଦ୍ର ଯୋଗୁ କାର୍ଯ୍ୟ କ୍ଷେତ୍ରରେ ଶତ୍ରୁ ବୃଦ୍ଧି ପାଇପାରନ୍ତି, କର୍ମ କ୍ଷେତ୍ରରେ ବାଧାବିଘ୍ନ ଘଟିପାରେ, ଧøର୍ଯ୍ୟ ରଖିବେ । ବାଦବିବାଦ ହେବାର ସମ୍ଭାବନା ରହିଛି । ଅର୍ଥ କାରବାର କଲାବେଳେ ସତର୍କତା ଅବଲମ୍ବନ କରିବେ । ଗୃହେ ଆନନ୍ଦ, ଶରୀର ପ୍ରତି ସତର୍କ ରହିବେ, ସାମାନ୍ୟ ମୁଣ୍ଡ ବିନ୍ଧା ଦେଖାଦେଇପାରେ । ସମାଜନରେ ସମ୍ମାନ ବୃଦ୍ଧି ପାଇବ ।

ଶୁଭ ରଙ୍ଗ : ଧଳା ଓ ଗୋଲାପି ।

ମିଥୁନ : ଶ୍ରୀଚନ୍ଦ୍ର ବା ଜନ୍ମଚନ୍ଦ୍ର ଯୋଗୁ ମନ ପ୍ରଫୁଲ ରହିବ, ସମାଜରେ ସମ୍ମାନ ବୃଦ୍ଧି ପାଇବ । ବ୍ୟବସାୟରେ ଉନ୍ନତି, ଅଟକିଥିବା କାର୍ଯ୍ୟକୁ ସଫଳତାର ସହ ସମ୍ପାଦନ କରିବେ । ନୂତନ ବସ୍ତୁ କ୍ରୟ କରିପାରିବେ ଏବଂ ଜମିଜମା କ୍ରୟ କରିପାରିବେ । ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି ଏବଂ ରାଜନୀତି କ୍ଷେତ୍ରରେ ଉନ୍ନତି, ଗୃହେ ଆନନ୍ଦ ତଥା ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି ହୋଇପାରେ ।

ଶୁଭ ରଙ୍ଗ : ସବୁଜ ଓ ହଳଦିଆ ।

କର୍କଟ : ଦ୍ୱାଦଶ ଚନ୍ଦ୍ର ଯୋଗୁ ମନ ଅସ୍ଥିର ରହିବ ଏବଂ ଅଯଥା ଚିନ୍ତା ବୃଦ୍ଧି ପାଇବାରେ । ବ୍ୟୟ ବୃଦ୍ଧି, ଧାର୍ମିକ କର୍ମରେ ଅର୍ଥ ବ୍ୟୟ କରିବେ । ଆୟଠାରୁ ବ୍ୟୟ ଅଧିକ ରହିବ ଏବଂ ଦୂରଯାତ୍ରା କରିପାରନ୍ତି । ଶରୀରରେ ଆଘାତ ଲାଗିପାରେ ଏବଂ ସ୍ୱାସ୍ଥ୍ୟ ପ୍ରତି ସତର୍କତା ଅବଲମ୍ବନ କରିବେ । ବୃଥା ଭ୍ରମଣ, କାର୍ଯ୍ୟ କ୍ଷେତ୍ରରେ ସାମାନ୍ୟ ଅସଫଳତା ଦେଖାଦେଇପାରେ ।

ଶୁଭ ରଙ୍ଗ : ଧଳା, ରୁପେଲି ଓ କ୍ରିମ୍

ସିଂହ : ଏକାଦଶ ଚନ୍ଦ୍ର ଯୋଗୁ ଆର୍ଥିକ ଲାଭ, କାର୍ଯ୍ୟ ସିଦ୍ଧି ଘଟିବ, ଯାତ୍ରା ଶୁଭ, କର୍ମରେ ସଫଳତା ମିଳିବ । ବନ୍ଧୁବାନ୍ଧବଙ୍କ ସାହାଯ୍ୟ ମିଳିବ, ମାନସିକ ଶାନ୍ତି ଓ ଅଟକିଥିବା କାର୍ଯ୍ୟ ସିଦ୍ଧି ହେବ । ଗୃହେ ଆନନ୍ଦ, ସୁସମ୍ବାଦ ମିଳିପାରେ । ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି ଏବଂ ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ ଏବଂ ରାଜନୀତି କ୍ଷେତ୍ରରେ ଉନ୍ନତି ଆସିବ ।

ଶୁଭ ରଙ୍ଗ ଧଳା, ନାରଙ୍ଗି ଓ ସୁନେଲି ।

କନ୍ୟା : ଦଶମ ଚନ୍ଦ୍ର ଯୋଗୁ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସାହାଯ୍ୟ, ସହଯୋଗ ମିଳିବ, ଆୟ ବୃଦ୍ଧି ପାଇବ ତଥା ଧନପ୍ରାପ୍ତିର ଯୋଗ ରହିଛି । ପରିବାରରେ ମାନ, ସମ୍ମାନ ବୃଦ୍ଧି ପାଇବ, ପିତାମାତାଙ୍କ ସହଯୋଗ ମିଳିବ, ବନ୍ଧୁବାନ୍ଧବଙ୍କ ସାହାର୍ଯ୍ୟ ପ୍ରାପ୍ତି, ସ୍ୱାସ୍ଥ୍ୟ ଭଲ ରହିବ ଏବଂ ବିଦ୍ୟାର୍ଥୀ ତଥା କ୍ରୀଡ଼ାବିତ୍ମାନେ ସଫଳ ହେବେ ।

ଶୁଭ ରଙ୍ଗ : ସବୁଜ ଓ ବାଦାମୀ ।

ତୁଳା : ନବମ ଚନ୍ଦ୍ର, ଘାତବାର ଯୋଗୁ ଯାତ୍ରା ନିଷେଧ, ବାଦବିବାଦ ହେବାର ସମ୍ଭାବନା ରହିଛି । ମାନସିକ ଚାପ ଲାଗି ରହିବ, କାର୍ଯ୍ୟରେ ସାମାନ୍ୟ ବାଧାବିଘ୍ନ ଘଟିପାରେ । ସ୍ୱାସ୍ଥ୍ୟ ମଧ୍ୟମ ରହିବ, ଅର୍ଥ ଦେବାନେବା ବେଳେ ସାବଧାନତା ଅବଲମ୍ବନ କରିବେ । ବୃଥା ଭ୍ରମଣ, ଅଯଥା ଖର୍ଚ୍ଚ ଯୋଗ, ପରିବାରରେ କଳହ ହୋଇପାରେ ।

ଶୁଭ ରଙ୍ଗ : ଆକାଶିଆ, ଧଳା ଓ ଗୋଲାପି ।

ବିଛା : ଅଷ୍ଟମ ଚନ୍ଦ୍ର ଯୋଗୁ ଶରୀର ପ୍ରତି ସତର୍କତା ଅବଲମ୍ବନ କରିବେ । ଶରୀର ଆଘାତ ହେବାର ସମ୍ଭାବନା ଅଛି, କର୍ମ କ୍ଷେତ୍ରରେ ବାଧାବିଘ୍ନ ଘଟିପାରେ । ନୂତନ କାର୍ଯ୍ୟ ଆରମ୍ଭ କରିବା ଶୁଭ ନୁହେଁ । ଅର୍ଥ କାରବାର କରନ୍ତୁ ନାହିଁ । ଧନ ହାନି, ପରିବାରରେ ମନାନ୍ତର ହୋଇପାରେ । ରାଜନୀତି କ୍ଷେତ୍ରରେ ସାମାନ୍ୟ ଅସଫଳତା ଦେଖାଦେଇପାରେ ।

ଧନୁ : ସପ୍ତମ ଚନ୍ଦ୍ର ଯୋଗୁ ଗୃହେ ଆନନ୍ଦ, ବିବାଦ ଯୋଗ, ବନ୍ଧୁ ମିଳନ, ବ୍ୟବସାୟରେ ଉନ୍ନତି, ସମାଜରେ ସମ୍ମାନ ପ୍ରାପ୍ତି, ମାନସିକ ଶାନ୍ତି, ଆର୍ଥିକ ଉନ୍ନତି, ସମାଜନରେ ସମ୍ମାନ ପ୍ରାପ୍ତି, ମାନସିକ ଶାନ୍ତି, ଆର୍ଥିକ ଉନ୍ନତି, ଦୂର ଯାତ୍ରା ଶୁଭ, ଯାନବାହନ କ୍ରୟ କରିବେ । ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ, ଶରୀର ସୁସ୍ଥ ରହିବ । ବିଦ୍ୟାର୍ଥୀମାନେ ଉପକୃତ ହେବେ ତଥା କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ ।

ଶୁଭ ରଙ୍ଗ : ହଳଦିଆ ଓ କେସରୀ ।

ମକର : ଷଷ୍ଠ ଚନ୍ଦ୍ର ଯୋଗୁ ବନ୍ଧୁ ମିଳନ, ରାଜନୀତି କ୍ଷେତ୍ରରେ ଉନ୍ନତି, କର୍ମ କ୍ଷେତ୍ରରେ ସଫଳତା ପ୍ରାପ୍ତି, ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ରୋଗରୁ ମୁକ୍ତିଲାଭ କରିବେ, ଶରୀର ସୁସ୍ଥ ରହିବ, ଋଣମୁକ୍ତି ହେବେ ତଥା ଚାକିରୀ କ୍ଷେତ୍ରରେ ଉନ୍ନତି, ଖାଦ୍ୟ ପ୍ରତି ସତର୍କ ରହିବେ ତଥା ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ ।

ଶୁଭ ରଙ୍ଗ : କଳା, ନୀଳ ଓ ମାଟିଆ ।

କୁମ୍ଭ : ପଞ୍ଚମ ଚନ୍ଦ୍ର, ଘାତବାର ଯୋଗୁ ମାନସିକ ଚାପ ଲାଗି ରହିବ । ଯାନବାହନ ପ୍ରତି ସତର୍କ ରହିବେ, ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, ଶରୀର ପ୍ରତି ସତର୍କ ରହିବେ । ଅଯଥା ଖର୍ଚ୍ଚ ଯୋଗ, କର୍ମ କ୍ଷେତ୍ରରେ ଚାପ ବଢ଼ିବ, ଆୟଠାରୁ ବ୍ୟୟ ଅଧିକ ହେବ । ପରିବାରରେ ସାମାନ୍ୟ ମନାନ୍ତର ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ଶତ୍ରୁ ବୃଦ୍ଧି ଘଟିବ ଏବଂ ବିଦ୍ୟାର୍ଥୀ ତଥା କ୍ରୀଡ଼ାବିତ୍ମାନେ ଉପକୃତ ହେବେ ।

ଶୁଭ ରଙ୍ଗ : ନୀଳ ଓ କଳା ।

ମୀନ : ଚତୁର୍ଥ ଚନ୍ଦ୍ର ଯୋଗୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବେ । ପରିବାରରେ ମନୋମାଳିନ୍ୟ ହୋଇପାରେ, ପର ଚର୍ଚ୍ଚା କରିବା ମନା, ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ । ପିତାମାତାଙ୍କ ସେବା କରନ୍ତୁ । ଆର୍ଥିକ ସ୍ଥିତି ଠିକ୍ ରହିବ ଏବଂ ଅନାବଶ୍ୟକ ଖର୍ଚ୍ଚ ଯୋଗ, ଶରୀରରେ ସାମାନ୍ୟ ପୀଡ଼ା ଦେଖାଦେଇପାରେ ।

ଶୁଭ ରଙ୍ଗ : ହଳଦିଆ ଓ ସୁନେଲି ।

ଜ୍ୟୋତିର୍ବିଦ୍ : ଅନାମିକା,

ଯୋଗାଯୋଗ : ୯୭୭୭୭୧୧୭୩୩