ନୀଳଗିରି,୭/୬(ଆ.ପ୍ର)-ସାଳନ୍ଦୀ କେନାଲ କାମ ବେଳେ ଉତ୍ତେଜନା। କାର୍ଯ୍ୟରତ ଇଞ୍ଜିନିୟର ଓ ଅଞ୍ଚଳର କିଛି ଯୁବକ ସହ କଥା କଟାକଟି । ପରେ ଇଞ୍ଜିନିୟରକୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଆକ୍ରମଣ କରିଥିବା ଯୁବକ ମଧ୍ୟ ଆହତ ହୋଇ ନୀଳଗିରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ନୀଳଗିରି ଥାନା ଅଧିନ ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅସ୍ତିଆ ଗାଁ ନିକଟ ଦେଇ ଯାଇଥିବା ସାଳନ୍ଦୀ କେନାଲରେ ଏକ ସଂସ୍ଥା କାର୍ଯ୍ୟ କରୁଥିଲା।ସେହି ଅଞ୍ଚଳର ଦୁଇ ଯୁବକ ଆସି କାର୍ଯ୍ୟରତ ଇଞ୍ଜିନିୟର ରାଜ କୁମାର ମହାଳିକ ଓ ଦେବାଶିଷ ଆଚାର୍ଯ୍ୟଙ୍କ ସହିତ କାମକୁ ନେଇ ପାଟିତୁଣ୍ଡ କରିଥିଲେ।ପରେ ସେହି ଅଞ୍ଚଳର ଦୁଇ ଯୁବକ ମାନସ ରଞ୍ଜନ ଦେବ ଗୋସ୍ୱାମୀ ଓ ଅଜୟ କୁମାର ମହାଳିକ ଦୁଇ ଇଞ୍ଜିନିୟରଙ୍କୁ ଆକ୍ରମଣ କରିଥିବା ସଂସ୍ଥାର ଏଚଆର ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି।ସେପଟେ ମାନସ ଦେବ ଗୋସ୍ୱାମୀଙ୍କୁ ମଧ୍ୟ ପାଲଟା ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।ସେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ଏ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।