ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ସାଇକେଲରେ କନିଆଁ ଘରକୁ ଗଲେ ଇଞ୍ଜିନିୟର ବର, ୧୦୦ବରଯାତ୍ରୀଙ୍କ ସହିତ ୧୦ କିମି ସାଇକେଲ ଚଳାଇଲେ

Published By : Prameya | December 12, 2024 1:15 PM

ନୂଆଦିଲ୍ଲୀ ୧୨/୧୨: ପ୍ରଦୂଷଣ ସଂପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ  ଉତ୍ତରପ୍ରଦେଶର ଜଣେ ଯୁବକ ଏକ ନିଆରା ଉପାୟ ଅବଲମ୍ବନ କରିଛନ୍ତି । ଗତ ସୋମବାର  ସେ ପ୍ରାୟ ୧୦୦ ଜଣ ବରଯାତ୍ରୀଙ୍କ ସହିତ ୧୦ କିମି ସାଇକେଲ ଚଳାଇ ବାହା ହେବାକୁ ପହଞ୍ଚିଥିଲେ । ଶେରୱାନି ପରିହିତ ବରଙ୍କୁ ସାଇକେଲ୍‌ ଚଳାଉଥିବା ଦେଖି ରାସ୍ତାରେ ଅନେକ  ଲୋକ ଭିଡିଓ କରିଥିଲେ । ଘଟଣାଟି ପ୍ରତାପଗଡ଼ ଜିଲ୍ଲା ବିଶ୍ୱନାଥଗଞ୍ଜ ଅଞ୍ଚଳର ।

ସେଠାରେ  କୃଷି ବିଭାଗରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ନମନ ତିୱାରୀଙ୍କର ବିବାହ ଛଅମାସ  ପୂର୍ବରୁ ପ୍ରୟାଗରାଜର ପ୍ରିଂଶୁ ମିଶ୍ରାଙ୍କ ସହିତ ସ୍ଥିର ହୋଇଥିଲା । ନମନଙ୍କ ପିତା ଅଜୟ  ତିୱାରୀ ପରିବେଶ ସେନା ନାମକ ଏକ ସଂସ୍ଥାର ମୁଖ୍ୟ ଅଛନ୍ତି । ସେ ନମନଙ୍କୁ ବିବାହ ଶୋଭାଯାତ୍ରାରେ ପ୍ରଦୂଷଣକୁ ଯଥାସମ୍ଭବ କମ୍‌ କରିବାକୁ ପରାମର୍ଶ ଦେଇଥିଲେ । ଏ  ସଂପର୍କରେ ନମନ କହିଛନ୍ତି, ବାପାଙ୍କ ପରାମର୍ଶ ଅନୁସାରେ ମୁଁ ସାଇକେଲ୍‌ରେ  ହିଁ ବାହା ହେବାକୁ ଯିବା ଲାଗି ସ୍ଥିର କରିଥିଲି । ତେବେ କନ୍ୟାପକ୍ଷଙ୍କୁ ଏକଥା  ଜଣାଇଲା ପରେ ପ୍ରଥମେ ସେମାନେ ମନ ଊଣା କରିଥିଲେ । ପରେ ଅବଶ୍ୟ  ରାଜି ହୋଇଥିଲେ । 

ସୋମବାର ସନ୍ଧ୍ୟାରେ ବ୍ୟାଣ୍ଡ ବାଜାର ତାଳେ ତାଳେ ସାଇକେଲ୍‌ରେ ନମନ ଓ ତାଙ୍କ ବରଯାତ୍ରୀ ଦଳ ଯାତ୍ରାରମ୍ଭ କରିବା  ପରେ ରାସ୍ତାରେ ସେମାନଙ୍କୁ ଦେଖିବାକୁ ଲୋକେ ଭିଡ଼ ଜମାଇଥିଲେ ।  ବରଙ୍କ ସହିତ ଅନେକ ସେଲ୍‌ଫି ନେଇଥିଲେ । ସବୁଠୁ ବଡ଼ କଥା  ହେଲା ଏହି ବିବାହ ଶୋଭାଯାତ୍ରା ସମୟରେ ଗୋଟିଏ ବି ବାଣ  ଫୁଟାଯାଇନଥିଲା । ନମନଙ୍କ ପିତା ଅଜୟ ତିୱାରୀ କହିଛନ୍ତି,  ରାଜଧାନୀ ଦିଲ୍ଲୀ ସମେତ ଉତ୍ତରଭାରତର ଅନେକ ସହରରେ  ଏବେ ବାୟୁ ପ୍ରଦୂଷଣ ସବୁଠୁ ବଡ଼ ଚିନ୍ତା । ଏଭଳିସ୍ଥିତିରେ ଆମ  ସମସ୍ତଙ୍କୁ ପରିବେଶକୁ ନେଇ ଆଲର୍ଟ ରହିବାକୁ ହେବ । ପ୍ରଦୂଷଣକୁ କମ୍‌ କରିବାକୁ ନିଜ ନିଜ ସ୍ତରରେ ଉଦ୍ୟମ  କରିବାକୁ ବି ପଡି଼ବ । ବିବାହ ପରେ ଅବଶ୍ୟ ନମନ  ପତ୍ନୀଙ୍କ ସହିତ କାର୍‌ରେ ଫେରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.