ମୁମ୍ବାଇ,୧୧/୬ : ଯଦି କେହି ଆପଣଙ୍କୁ କୁହନ୍ତି ଯେ ୬୪ଟେଷ୍ଟ ଖେଳିଥିବା ୨୮ବର୍ଷୀୟ ଖେଳାଳି ହଠାତ୍ ବିରତି ନେଇଛନ୍ତି, ତେବେ ଆପଣ ହୁଏତ ବିଶ୍ୱାସ କରିବେ ନାହିଁ, କିନ୍ତୁ ଏହା ଘଟିଛି । ଇଂଲଣ୍ଡର ୨୮ବର୍ଷୀୟ ଟପ୍-ଅର୍ଡର ବ୍ୟାଟର ଜାକ୍ କ୍ରଲି ଫାଷ୍ଟ କ୍ଲାସ୍ କ୍ରିକେଟରୁ ହଠାତ୍ ବିରତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।

ଏକ ରିପୋର୍ଟ ଅନୁସାରେ କୁହାଯାଇଛି କ୍ରଲି କେଣ୍ଟ ଆଗାମୀ ଦୁଇଟି କାଉଣ୍ଟି ଚାମ୍ପିଅନସିପ୍ ମ୍ୟାଚରୁ ବାହାରିବା ନିଷ୍ପତ୍ତି ନେଇଛନ୍ତି ଏବଂ ତାଙ୍କ ଫାଷ୍ଟ କ୍ଲାସ୍ କ୍ୟାରିୟରକୁ କିଛି ସମୟ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। କୁହାଯାଉଛି କି ବ୍ୟାଟର ଏହି ନିଷ୍ପତ୍ତି ଲଗାତର ଫ୍ଲପ୍ ହେବା କାରଣରୁ ନେଇଛନ୍ତି । ସେ ସିଜନରେ ନିଜ ଆରମ୍ଭ ୬ମ୍ୟାଚରେ ୫୦ରନ୍ ବି କରିପାରିନଥିଲେ । ଖରାପ୍ ଫର୍ମ କାରଣରୁ ସେ ଇଂଲଣ୍ଡ ଟେଷ୍ଟ ଟିମରେ ସ୍ଥାନ ପାଇ ନାହାନ୍ତି ।

କ୍ରଲି ୨୦୨୫-୨୬ର ଏଶେଜରେ ଇଂଲଣ୍ଡ ଲାଗି ସବୁଠାରୁ ଅଧିକ ରନ୍ କରିଥିବା ତୃତୀୟ ବ୍ୟାଟର ଥିଲେ। ସେ ୫ଟି ମ୍ୟାଚରୁ ୧୦ଇନିଂସରେ ୨୭୩ରନ୍ କରିଥିଲେ। ଏହି ସମୟ ମଧ୍ୟରେ ତାଙ୍କ ବ୍ୟାଟରୁ ଦୁଇଟି ଅର୍ଦ୍ଧଶତକ ବାହାରି ଥିଲା । ଯେଉଁଥିରେ ହାଇସ୍କୋର ୮୫ରନ୍ ଥିଲା ।