ପ୍ରମୂଖ ଖବର
  • ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ପରେ ଆନ୍ଦୋଳନରୁ ହଟିଲା ଓଏଏସ ସଂଘ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ
  • ||
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବିସିସିଆଇର କଡ଼ା ଆକ୍ସନ୍, ହ୍ୟାରୀ ବ୍ରୁକ୍‌ଙ୍କୁ ୨ବର୍ଷ ପାଇଁ ଆଇପିଏଲ୍‌ରୁ ବାସନ୍ଦ

Published By : Prameya | March 14, 2025 10:13 AM

ମୁମ୍ବାଇ, ୧୪/୦୩: ଇଂଲଣ୍ଡ କ୍ରିକେଟ୍‌ ଦଳର ଉପଅଧିନାୟକ ହ୍ୟାରୀ ବ୍ରୁକ୍‌ଙ୍କୁ ବିସିସିଆଇ ୨ବର୍ଷ ପାଇଁ ଆଇପିଏଲ୍‌ରୁ ବାସନ୍ଦ କରିଛି । ସେ ଶେଷ ମୁହୂର୍ତ୍ତରେ ଆଇପିଏଲ୍‌ରୁ  ଓହରି ଯାଇଥିବାରୁ ଏଭଳି ଦଣ୍ଡିତ ହୋଇଛନ୍ତି ।  

୨୦୨୫ ଓ ୨୦୨୬ ସିଜନ ପାଇଁ ତାଙ୍କୁ ନିଲମ୍ବିତ କରାଯାଇଥିବା ବିସିସିଆଇ ଘୋଷଣା  କରିଛି । ଇଂଲଣ୍ଡର ଆଗାମୀ ବ୍ୟସ୍ତପୂର୍ଣ୍ଣ କ୍ରୀଡ଼ାସୂଚୀକୁ ନଜରରେ ରଖି ଏବେଠୁ ବିଶ୍ରାମ  ନେବାକୁ ନିଷ୍ପତ୍ତି ନେଇ ଆଇପିଏଲ୍‌ରୁ ଓହରି  ଯାଇଥିବା ବ୍ରୁକ୍‌ ୨ଦିନ ତଳେ ନିଜ ସୋସିଆଲ ମିଡ଼ିଆ ପୃଷ୍ଠାରେ ପୋଷ୍ଟ କରିଥିଲେ । ବ୍ରୁକ୍‌  ଓ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ(ଇସିବି)ଠାରୁ  ସ୍ପଷ୍ଟୀକରଣ ପାଇବା ପରେ ବିସିସିଆଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି । ସୂଚନାଯୋଗ୍ୟ, ଗତ ମେଗା  ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୬.୨୫  କୋଟି ଟଙ୍କାରେ କିଣିଥିଲା । ସେ ଗତ ବର୍ଷ ମଧ୍ୟ  ଆଇପିଏଲ୍‌ରୁ ଦୂରେଇ ରହିଥିଲେ ।  

ଗତ ମେଗା ନିଲାମ ସମୟରେ ନୂଆ  ନିୟମ ଲାଗୁ କରାଯାଇଥିଲା । କୌଣସି ବିଦେଶୀ  ଖେଳାଳି ଆଇପିଏଲ୍‌ ନିଲାମରେ କିଣା ହେବା ପରେ ସିଜନ ପୂର୍ବରୁ ଓହରି ଗଲେ ଉକ୍ତ  ଖେଳାଳିଙ୍କୁ ପରବର୍ତ୍ତୀ ୨ଟି ସିଜନ ପାଇଁ ବାସନ୍ଦ  କରାଯିବ । ଏହି ୨ବର୍ଷ ମଧ୍ୟରେ ସେ ନିଲାମ ପାଇଁ ମଧ୍ୟ ନାମ ଦାଖଲ କରିପାରିବେ ନାହିଁ ।  କୌଣସି ଖେଳାଳି ଆହତ ହୋଇ ଆଇପିଏଲ୍‌ରୁ  ଓହରି ଗଲେ ତାଙ୍କୁ ନିଲମ୍ବିତ କରାଯିବ ନାହିଁ।  ତେବେ ଏହା ପୂର୍ବରୁ ଉକ୍ତ ଆହତ ଖେଳାଳି ନିଜ  ଦେଶର ବୋର୍ଡ ଜରିଆରେ ସମସ୍ତ ମେଡିକାଲ୍‌  ରିପୋର୍ଟର ପ୍ରମାଣ ପତ୍ର ବିସିସିଆଇ ନିକଟକୁ  ପ୍ରଦାନ କରିବାକୁ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.