ନୂଆଦିଲ୍ଲୀ,୩୧/୦୭: ଏଣିକି ଉଚ୍ଚଶିକ୍ଷା ପାଇଁ ଆଉ ଯିବାକୁ ପଡ଼ିବନି ଇଂଲଣ୍ଡ। ବ୍ରିଟେନର ଏକ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଭାରତରେ ଖୋଲିବାକୁ ଯାଉଛି । ମୁମ୍ବାଇରେ ନୂଆ କ୍ୟାମ୍ପସ ଆରମ୍ଭ କରିବାକୁ ବ୍ରିଟେନର ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟକୁ ଅନୁମୋଦନ ଦେଇଛି ୟୁଜିସି । ଏହି କ୍ୟାମ୍ପସ ୨୦୨୬ ଗ୍ରୀଷ୍ମ ଋତୁରେ ମହାରାଷ୍ଟ୍ରର ରାଜଧାନୀରେ ଖୋଲିବ। QS ୱାର୍ଲ୍ଡ ୟୁନିଭରସିଟି ରାଙ୍କିଂ ୨୦୨୬ରେ ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟ ସାରା ବିଶ୍ୱରେ ୫୧ତମ ସ୍ଥାନରେ ରହିଛି।

ଭାରତରେ ଥିବା ବ୍ରିଟିଶ ହାଇ କମିଶନ ଏକ୍ସରେ ପୋଷ୍ଟ କରିଛି ଯେ, ଏହା କୃତ୍ରିମ ବୁଦ୍ଧିମତ୍ତା, ଡାଟା ସାଇନ୍ସ, ଫାଇନାନ୍ସ ଟେକ୍ନୋଲୋଜି ଇତ୍ୟାଦି କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ଏହାର ବିଶ୍ୱ-ପ୍ରଶଂସିତ କାର୍ଯ୍ୟକ୍ରମ ପ୍ରଦାନ କରିବ। ସେ କହିଛନ୍ତି ଯେ, ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟ ମୁମ୍ବାଇରେ ଏକ କ୍ୟାମ୍ପସ ଖୋଲିବାକୁ ଯାଉଛି। ୟୁଜିସି-ଅନୁମୋଦିତ କ୍ୟାମ୍ପସ ଭାରତୀୟ ଛାତ୍ରଛାତ୍ରୀଙ୍କୁ ବିଶ୍ୱ-ପ୍ରସିଦ୍ଧ ଶୈକ୍ଷା ପ୍ରଦାନ କରିବ । ଯେପରିକି AI, ଡାଟା ସାଇନ୍ସ, ଆର୍ଥିକ ପ୍ରଯୁକ୍ତିବିଦ୍ୟା, ଇତ୍ୟାଦି । ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟ ହେଉଛି ସପ୍ତମ ବ୍ରିଟିଶ ବିଶ୍ୱବିଦ୍ୟାଳୟ ଯାହାକୁ ଭାରତରେ କ୍ୟାମ୍ପସ ଖୋଲିବାକୁ ଅନୁମତି ଦିଆଯାଇଛି। ଜାତୀୟ ଶିକ୍ଷା ନୀତିର ପଞ୍ଚମ ବାର୍ଷିକୀରେ ଦିଆଯାଇଥିବା ଏହି ଅନୁମୋଦନ ଶିକ୍ଷା କ୍ଷେତ୍ରରେ ଭାରତ ସହିତ ୟୁକେର ସମ୍ପର୍କକୁ ଆହୁରି ଗଭୀର କରିବ । ଏଥିସହ ଏକ ଅନ୍ତର୍ଜାତୀୟ ଶିକ୍ଷା ମଡେଲ ପ୍ରଦାନ କରିବ ଯାହା ଉଭୟ ଦେଶର ଶିକ୍ଷାଗତ ଅଭିଜ୍ଞତାକୁ ମିଶ୍ରଣ କରିବ। ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟର ଏକ ପ୍ରେସ୍ ରିଲିଜ୍ ଅନୁଯାୟୀ, ମୁମ୍ବାଇ ଏଣ୍ଟରପ୍ରାଇଜ୍ କ୍ୟାମ୍ପସ୍  ଶିକ୍ଷାବିତ୍, ଛାତ୍ର ଏବଂ ସ୍ଥାନୀୟ ସମ୍ପ୍ରଦାୟ ଅଂଶୀଦାରଙ୍କ ମଧ୍ୟରେ ସହଯୋଗର ଏକ କେନ୍ଦ୍ର ହେବ ଏବଂଉଦ୍ୟୋଗୀ ପରିବେଶକୁ ପ୍ରୋତ୍ସାହିତ କରିବ। କ୍ୟାମ୍ପସ୍ ୟୁଜି ଏବଂ ପିଜି ପାଠ୍ୟକ୍ରମ ପ୍ରଦାନ କରିବ।