ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଇପିଏଫ୍‌ର ୫୦ % ଅର୍ଥରାଶି ଏଟିଏମ୍‌ ମାଧ୍ୟମରେ ଉଠାଇପାରିବେ କି କର୍ମଚାରୀ? ଜାଣନ୍ତୁ କେତେ ଦରମାରେ କେତେ ଟଙ୍କା ମିଳିବ?

Published By : Soubhagya Ranjan | December 14, 2024 1:28 PM

Image source: TV9

ନୂଆଦିଲ୍ଲୀ,୧୪/୧୨: ଇପିଏଫ୍‌ ଟଙ୍କା ଏଟିଏମରୁ ଉଠାଇବାକୁ ନେଇ ଖବର ଆସିବା ମାତ୍ରେ, ଇପିଏଫ୍‌ଓ ଗ୍ରାହକଙ୍କୁ ଏକ ବଡ଼ ଆଶ୍ବସ୍ତି ମିଳିଛି। କେନ୍ଦ୍ର ଶ୍ରମ ସଚିବ ସୁମିତା ଡାଓ୍ବରା ଶୁକ୍ରବାର ସୂଚନା ଦେଇଛନ୍ତି ଯେ ଏଟିଏମରୁ ପ୍ରୋଭିଡେଣ୍ଟ ଫଣ୍ଡ ଟଙ୍କା ଉଠାଇବାର ସୁବିଧା ଆସନ୍ତା ବର୍ଷଠାରୁ ଆରମ୍ଭ ହେବ। ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ ଇପିଏଫଓ ଟଙ୍କା ଉଠାଣ ଯୋଜନା ଅଧୀନରେ ପ୍ରୋଭିଡେଣ୍ଟ ଫଣ୍ଡ ସଦସ୍ୟ କିମ୍ବା ଗ୍ରାହକମାନେ ବ୍ୟାଙ୍କିଙ୍ଗ ଭଳି ସୁବିଧା ପାଇପାରିବେ।

ଏଟିଏମରୁ ପିଏଫ୍ ରାଶି ଉଠାଣ ପାଇଁ ଏକ ସ୍ବତନ୍ତ୍ର କାର୍ଡ ଦିଆଯାଇପାରେ ବୋଲି ସମ୍ଭାବନା ରହିଛି। ସୁମିତା ଡାୱରା କହିବାନୁଯାୟୀ, ଏଥିପାଇଁ ହାର୍ଡୱେର୍ ଅପଡେଟ୍ ହେବ ଏବଂ ଏହା ପରେ ନୂତନ ସିଷ୍ଟମ୍ ଆରମ୍ଭ ହୋଇପାରେ। ଇପିଏଫ୍‌ଓ ସଦସ୍ୟମାନଙ୍କୁ ବର୍ତ୍ତମାନ ଟଙ୍କା ଉଠାଣ ପାଇଁ ୭ ରୁ ୧୦ ଦିନ ଅପେକ୍ଷା କରିବାକୁ ପଡ଼ୁଛି। ଭବିଷ୍ୟ ନିଧି ସଂଗଠନର ସଦସ୍ୟମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଖବର ଯେ ସେମାନେ କାର୍ଡ ପରି ଏଟିଏମ ମାଧ୍ୟମରେ ସେମାନଙ୍କ ପ୍ରୋଭିଡେଣ୍ଟ ପାଣ୍ଠିର ମୋଟ ଜମା ରାଶିର ମାତ୍ର ୫୦ ପ୍ରତିଶତ ଉଠାଇ ପାରିବେ। 

ଶ୍ରମ ସଚିବ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ମୃତ ଇପିଏଫଓ ସଦସ୍ୟଙ୍କ ନୋମିନୀମାନେ ମଧ୍ୟ ଏଟିଏମ ଜରିଆରେ ସେମାନଙ୍କ କର୍ମଚାରୀ ଜମା ଲିଙ୍କଡ ଇନସୁରାନ୍ସ (ଇଡିଏଲ୍‌ଆଇI) ରାଶି ଉଠାଇ ପାରିବେ। ନିଯୁକ୍ତିଦାତା ଏହି ବୀମା ଯୋଜନାରେ ସହଯୋଗ କରିବେ। ସେହି ସଦସ୍ୟମାନଙ୍କର ଯାହାର ହାରାହାରି ମାସିକ ଦରମା ୧୫ ହଜାରରୁ ଅଧିକ, ସେମାନଙ୍କ ପିଏଫ୍‌ ଆକାଉଣ୍ଟରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ପାଇପାରିବେ। ଏହା ବ୍ୟତୀତ, ଯେଉଁମାନଙ୍କର ହାରାହାରି ମାସିକ ଆୟ ୧୫ହଜାରରୁ କମ୍, ସେମାନଙ୍କୁ ଏଟିଏମରୁ ୫.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଇବାକୁ ସୁବିଧା ଦିଆଯାଇପାରିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.