ଭୁବନେଶ୍ୱର,୨୦/୦୨: ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଏମରଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ(ଇଆର୍‌ଏସ୍‌ଏସ୍‌)ର ଜଣେ  ଯୁବତୀଙ୍କୁ ଅସଦାଚରଣ ମାମଲାରେ ମଞ୍ଚେଶ୍ୱର ଥାନା ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ  କରିଛି । ତାଙ୍କ ନାମ ଅଭିଜିତ ପ୍ରଧାନ  (୩୮) । ଘର ନୟାଗଡ଼ ଫତେଗଡ଼ ।  ସେ ସମେଇ ଗଡ଼ିଆରେ ଭଡ଼ାରେ  ରହୁଥିଲେ । ତାଙ୍କଠାରୁ ଏକ ସ୍କୁଟର ଜବତ  ହୋଇଛି । 

ପୁଲିସ ସୂଚନା ଅନୁଯାୟୀ,  ଇଆରଏସ୍‌ଏସ୍‌ରେ କାମ କରୁଥିବା ଜଣେ  ଯୁବତୀ ଭିଏସ୍‌ଏସ୍‌ନଗରସ୍ଥିତ ଛାତ୍ରୀ  ନିବାସରେ ରହୁଥିଲେ । ଗତ ୧୪ ତାରିଖ  ସକାଳ ୬ଟା ସମୟରେ ସେ ଅଫିସକୁ ଚାଲି  ଚାଲି ଆସୁଥିବା ବେଳେ ତାଙ୍କୁ ଏକ ସ୍କୁଟରରେ  ଅଭିଜିତ ଆସି ତାଙ୍କୁ ସାଙ୍ଗରେ ବସାଇ ନେବାକୁ  କହିଥିଲେ । ଯୁବତୀ ଜଣଙ୍କ ମନା କରିବାରୁ  ଅଭିଜିତ ତାଙ୍କୁ ଟଣାଓଟରା କରିଥିଲେ । ଯୁବତୀ  ଜଣଙ୍କ ପାଟି କରିବାରୁ ଅଭିଜିତ ସେଠାରୁ ସ୍କୁଟି  ନେଇ ପଳାଇଥିଲେ । ଏନେଇ ଯୁବତୀ ଜଣଙ୍କ  ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ ।  ପୁଲିସ ଏକ ମାମଲା ରୁଜୁକରି ଘଟଣାସ୍ଥଳର  ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ  ଯାଞ୍ଚ କରିଥିଲା । ଅଭିଜିତଙ୍କୁ ଚିହ୍ନଟ କରି  ପୁଲିସ ଆଜି ଉଠାଇ ଆଣିଥିଲା ।

ଅଫିସ ବାହାରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ଅଭିଯୁକ୍ତକୁ ଧରିବା ପାଇଁ ଛାନ୍‌ଭିନ୍ ଆରମ୍ଭ କଲା ପୁଲିସ