ନୂଆଦିଲ୍ଲୀ,୨୧।୧୨: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ(ଇସ୍ରୋ) ଓ ୟୁରୋପୀୟ ସ୍ପେସ୍ ଏଜେନ୍ସି(ଇଏସ୍‌ଏ) ମାନବ ମହାକାଶ ଅନୁସନ୍ଧାନକୁ ପ୍ରୋତ୍ସାହନ ଦେବା ନେଇ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଏହି ବୁଝାମଣା ଶନିବାର ଇସ୍ରୋ ଅଧ୍ୟକ୍ଷ ଏସ୍‌ ସୋମନାଥ ଓ ଇଏସ୍‌ଏ ମହାନିର୍ଦେଶକ ଜୋସେଫ୍‌ ଅଶବେକରଙ୍କ ମଧ୍ୟରେ ହୋଇଛି।

ଏହା ବ୍ୟାପକ ବୁଝାମଣା ଅନୁସାରେ, ମହାକାଶ ଯାତ୍ରୀ ପ୍ରଶିକ୍ଷଣ, ମିଶନ ସଞ୍ଚାଳନ ଓ ମହାକାଶରେ ବିଭିନ୍ନ ରିସର୍ଚ୍ଚରେ ସାମିଲ କରାଯିବ। ଏହା ପ୍ରଥମ ମାନବ ମହାକାଶ ଉଡାଣ ସମ୍ପର୍କିତ ଗତିବିଧି ଭଳି ମହାକାଶ ଯାତ୍ରୀ ପ୍ରଶିକ୍ଷଣ, ମହାକାଶ ପ୍ରୟୋଗର ବିକାଶ ଓ ଏକୀକରଣ, ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍(ଆଇଏସ୍ଏସ୍)ରେ ଇଏସ୍‌ଏର ସୁବିଧାର ବ୍ୟବହାର, ମାନବ ଓ ଜୈବ ଚିକିତ୍ସା ଅନୁସନ୍ଧାନ, ତଥା ମିଳିତ ଶୈକ୍ଷିକ ଓ ଆଉଟରିଚ୍ କାର୍ଯ୍ୟକ୍ରମରକୁ ମଧ୍ୟ କଭର କରିବ। 

ବୁଝାମଣା ଅନୁସାରେ, ପ୍ରଥମ ବଡ ପ୍ରକଳ୍ପ AXIOM-4 ମିଶନ ହେବ। ଏହି ମିଶନ୍‌ ଇସ୍ରୋର ଗଗନଯାତ୍ରୀ ମହାକାଶ ଯାତ୍ରୀ ଓ ଇଏସ୍‌ଏ ମହାକାଶ ଯାତ୍ରୀ ସାମିଲ ହେବେ। ଏହି ମିଶନ୍ ଆଇଏସଏସ୍ ଉପରେ ଭାରତୀୟ ବିଶେଷଜ୍ଞଙ୍କ ଦ୍ବାରା ପ୍ରସ୍ତାବିତ ଟେଷ୍ଟକୁ ଲାଗୁ କରିବ। ଏହାଛଡା ଇସ୍ରୋ ଓ ଇଏସ୍‌ଏ ମାନବ ଶାରିରୀକ ଅଧ୍ୟୟନ, ପ୍ରାଦ୍ୟୋଗିକ ପ୍ରଦର୍ଶନ ଓ ଜନସଞ୍ଚାର ଗତିବିଧିରେ ମଧ୍ୟ ସହଯୋଗ କରିବ।