ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

କୁକୁର ବି ଦେଖେ ସ୍ୱପ୍ନ, ମଣିଷ ଭଳି ହୁଏ ରାପିଡ୍‌ ଆଇ ମୁଭ୍‌ମେଣ୍ଟ

Published By : Krishna Priya | June 16, 2025 8:44 AM

ଭୁବନେଶ୍ୱର ୧୬/୦୬: କୁକୁର ବି ଦେଖେ ସ୍ୱପ୍ନ । ଅନେକଙ୍କୁ ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ବୈଜ୍ଞାନିକମାନେ ଏପରି ଦାବି କରିଛନ୍ତି । ବୈଜ୍ଞାନିକଙ୍କ ଅନୁସାରେ, କୁକୁର ବି ମଣିଷଙ୍କ ଭଳି ସ୍ୱପ୍ନ ଦେଖନ୍ତି । ସ୍ୱପ୍ନରେ ନିଜର ପ୍ରିୟ ଖାଦ୍ୟ ଖାଇବା, ଖେଳଣାରେ ଖେଳିବା, ଦୌଡ଼ିବା ଭଳି କାମ କରନ୍ତି । ଖାସ୍‌କରି ମାଲିକଙ୍କୁ ବି ସେମାନେ ସ୍ୱପ୍ନ ଦେଖନ୍ତି । ବୈଜ୍ଞାନିକଙ୍କ ଅନୁସାରେ, କୁକୁର ରାପିଡ୍‌ ଆଇ ମୁଭ୍‌ମେଣ୍ଟ ସ୍ଲିପ୍‌ ସମୟରେ ସ୍ୱପ୍ନ ଦେଖନ୍ତି । ଏହା ସେହି ପର୍ଯ୍ୟାୟ ଯେଉଁଥିରେ ମଣିଷ ବି ସ୍ୱପ୍ନ ଦେଖେ । ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଡିଡ୍ରେ ବ୍ୟାରେଟ୍‌ ଡିସ୍କଭରୀ ପତ୍ରିକାକୁ କହିଛନ୍ତି, ରାପିଡ୍‌ ଆଇ ମୁଭ୍‌ମେଣ୍ଟ୍‌ ନିଦ୍ରା ସମସ୍ତ ସ୍ତନ୍ୟପାୟୀ ପ୍ରଜାତିଙ୍କ ମଧ୍ୟରେ ଏକାଭଳି । ଏହାର ଅର୍ଥ ମୂଷାଠୁ ହାତୀ ଏବଂ କୁକୁରଠୁ ବିଲେଇ ପର୍ଯ୍ୟନ୍ତ ସମସ୍ତେ ସ୍ୱପ୍ନ ଦେଖିପାରନ୍ତି । ତେବେ ତିମି ଓ ଡଲ୍‌ଫିନ ଭଳି ପ୍ରଜାତି ନିଜର ଅଧା ମସ୍ତିଷ୍କକୁ ଜାଗ୍ରତ ରଖୁଥିବାରୁ ସ୍ୱପ୍ନ ଦେଖିପାରୁ ନ ଥିବେ । 

୨୦୦୧ରେ ମାସାଚୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ସ୍ନାୟୁବୈଜ୍ଞାନିକ ମାଥ୍ୟୁ ୱିଲସନ୍‌ ମୂଷାଙ୍କ ଉପରେ ଅଧ୍ୟୟନ କରିଥିଲେ । ଏକ ପ୍ରହେଳିକାରେ ଦୌଡୁଥିବାବେଳେ ମୂଷାଙ୍କ ମସ୍ତିଷ୍କର ଗତିବିଧିକୁ ସେମାନେ ଯାଞ୍ଚ୍‌ କଲେ । ମୂଷା ଶୋଇବା ପରେ ରାପିଡ୍‌ ଆଇ ମୁଭ୍‌ମେଣ୍ଟ୍‌କୁ ଯିବା ପରେ ସେମାନଙ୍କ ମସ୍ତିଷ୍କରେ ସେହି ପ୍ୟାଟର୍ନ ଦେଖାଗଲା, ଯାହା ପ୍ରହେଳିକାରେ ଦୌଡୁଥିବାବେଳେ ଥିଲା । ଅର୍ଥାତ୍‌ ମୂଷା ଜାଗ୍ରତ ସମୟର ନିଜ ଅନୁଭବକୁ ସ୍ୱପ୍ନରେ ଦୋହରାଉଥିଲେ । ବୈଜ୍ଞାନିକଙ୍କ ଅନୁସାରେ, ଏହି ପ୍ରକ୍ରିୟା ସ୍ମୃତିକୁ ମଜଭୁତ କରିବା ଓ ଶିଖିବାରେ ସାହାଯ୍ୟ କରେ । କୁକୁର ଆମକୁ ସ୍ୱପ୍ନ ବିଷୟରେ କହି ପାରିବେ ନାହିଁ । ଏଥିରେ ବୈଜ୍ଞାନିକମାନେ ଏକ ଥିଓରି ଉପରେ ଭରସା କରନ୍ତି । ଏହାକୁ କଣ୍ଟିନ୍ୟୁଟି ହାଇପୋଥେସିସ୍‌ କୁହାଯାଏ । ଅର୍ଥାତ୍‌ ଦିନମାନ ଯେଉଁ କଥାରେ ଆମ ଧ୍ୟାନ ଥାଏ, ତାହା ଆମେ ସ୍ୱପ୍ନରେ ଦେଖୁ । କୁକୁରଙ୍କ କ୍ଷେତ୍ରରେ ମଧ୍ୟ ସମାନ ହୁଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.